ହକି ବିଶ୍ୱକପ୍‌ ଉଦ୍‌ଘାଟନ ହେବା ପରେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

Spread the love

ଭୁବନେଶ୍ୱର, ୨୭/୧୧ (ସନ୍ଧାନ ନିୟୁଜ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ଉଦ୍‌ଘାଟନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱକପ୍‌ରେ ଅଂଶଗ୍ରହଣ କରିଥିବା ଟିମ୍‌ଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଭାରତରୁ କ୍ରୀଡ଼ା ପ୍ରତିଭାମାନଙ୍କୁ ନୂଆ ଅବସର ମିଳିବ ଏବଂ ଓଡ଼ିଶାର ସଂସ୍କୃତି ବିଶ୍ୱ ଦରବାରରେ ପ୍ରଚାର ହେବ।

ସେହିଭଳି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର ମଧ୍ୟ ହକି ବିଶ୍ୱକପକୁ ଅଭିନନ୍ଦନ ଜଣାଇଛନ୍ତି। କିଙ୍ଗ ଖାନ୍‌ ଶାହାରୁଖ ମଂଚ ଉପରେ ଦର୍ଶକଙ୍କ ସମ୍ମୁଖରେ ଆସିଛନ୍ତି। ଶାହରୁଖଙ୍କ ପରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ପ୍ରାୟ ୪୦ ହଜାର ଦର୍ଶକଙ୍କ ସମ୍ମୁଖରେ ଭାରତୀୟ ସଂସ୍କୃତିର ବିଭିନ୍ନ ବାର୍ତ୍ତା ଉପସ୍ଥାପନ କରିଛନ୍ତି।

ଭାରତର ଜାତୀୟ ଖେଳ ‘ହକି’କୁ ଲୋକେ ଭୁଲିଯାଉଛନ୍ତି, ଏହି ଖେଳର ଉନ୍ନତି ପାଇଁ ଆମେ ଆମକୁ ଏକାଠି ଛିଡ଼ା ହେବାକୁ ପଡ଼ିବ ବୋଲି ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ ମଙ୍ଗଳବାର ସନ୍ଧ୍ୟାରେ କହିଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ର ଆଥଲେଟିକ୍‌ ଗ୍ରାଉଣ୍ଡରେ ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣର ଉଦ୍‌ଘାଟନୀ ସମାରୋହରେ ଶାହାରୁଖଙ୍କ ଦେଖି ଦର୍ଶକମାନେ ତାଙ୍କ ଦ୍ୱାରା ଅଭୀନିତ ଚଳଚ୍ଚିତ୍ର ‘ଚକ୍‌ ଦେ ଇଣ୍ଡିଆ’କୁ ମନେ ପକାଇଛନ୍ତି।

Related Posts

About The Author

Add Comment