ବୈପାରିଗୁଡା,୧୧/୩ (ସନ୍ଧାନ ନିୟୁଜ) ସ୍ବାମୀର ଆକ୍ରମଣରେ ସ୍ତ୍ରୀ ମୁତ୍ୟୁବରଣ କରିଥିବା ଖବର ଏବେ ବୈପାରିଗୁଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବୈପାରିଗୁଡା ପୋଲିସ ଘଟଣା ସ୍ଥଳକୁ ଯାଇ ଅଧିକ ତଦନ୍ତ ଚଲାଇଥିବାର ଜଣାପଡିଛି ।ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ବୈପାରିଗୁଡା ଥାନା ଅନ୍ତର୍ଗତ ହଳଦୀକୁଣ୍ଡ ଗ୍ରାମପଞ୍ଚାୟତର କେଚଲା ଗ୍ରାମର ସୁତି ପୁଟିଆ ତାର ସ୍ତ୍ରୀକୁ ଜୀବନରୁ ମାରି ଦେବା ପରେ ରାମଗିରି ଫାଣ୍ଡିକୁ ଯାଇ ନିଜେ ଆତ୍ମସମର୍ପଣ କରିଥିବାର ଜଣାପଡିଛି ।
ମୁତ୍ୟୁ ମହିଳା ଧନମଣି ପୁଟିଆ ବୋଲି ଜଣାପଡିିଛି । ତେବେ ପୋଲିସ ଆଗରେ ସୁତି କହିବା ଅନୁସାରେ ସ୍ତ୍ରୀ ଧନମଣିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଧିରେ ଧିରେ ତାହା ଭୟଙ୍କର ରୂପ ନେଇଥିଲା । ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବାର ବୈପାରିଗୁଡା ଥାନା ଅଧିକାରୀ ଶ୍ରୀଯୁକ୍ତ ରମେଶ କୁମାର ଦେବତା ପ୍ରକାଶ କରିଛନ୍ତି । ସ୍ବାମୀ ସୁତି ପୁଟିଆକୁ କୋର୍ଟ ଚାଲଣା କରାଯାଇଥିବାର ଜଣାପଡିଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା । ବୈପାରିଗୁଡା ।
Reporter Wanted in Koraput District of All block
Contact-9437819735



