ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ୫ କୋଟି ଟଙ୍କା ମାଗି ବ୍ଲାକ୍‌ମେଲ୍‌ କରିବାକୁ ଷଡ଼ଯନ୍ତ୍ର

Spread the love

ନୂଆଦିଲ୍ଲୀ, ୧୧/୯ (ସନ୍ଧାନ ନିଉଜ) : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କ ଦୁଷ୍କର୍ମ ମାମଲା ଭିନ୍ନ ଏକ ମୋଡ଼ ନେଇଛି। ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି ଅନ୍ୟ ଏକ ଭିଡିଓ। ଭିଡିଓରେ ଦେଖିବାକୁ ମିଳିଛି ଯେ ୪ ଜଣ ଯୁବକ ଓ ଜଣେ ମହିଳା ମିଶି ଚିନ୍ମୟାନନ୍ଦଙ୍କୁ ଧମକାଇ ମୋଟା ଅଙ୍କର ଟଙ୍କା ଝଡ଼ାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି।

ମଙ୍ଗଳବାର ରାତିରୁଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ପାଞ୍ଚ ଜଣ ମିଶି ବିଜେପିର ଏହି ବରିଷ୍ଠ ନେତାଙ୍କଠାରୁ ୫ କୋଟି ମାଗିବାର ଯୋଜନା କରୁଛନ୍ତି।

ପୂର୍ବତନ ମନ୍ତ୍ରୀଙ୍କ ସଂପର୍କରେ ଥିବା ଏହି ପାଞ୍ଚ ଜଣଙ୍କ ମଧ୍ୟରୁ ଭିଡିଓରେ କେହି ବି କାହାରି ନାମ ପ୍ରଘଟ କରିନାହାନ୍ତି। ତେବେ, କେତେବେଳେ ଓ କିପରି ପରିସ୍ଥିତିରେ କିଏ ଏହି ଭିଡିଓଟି ସୁଟ୍‌ କରିଛି ତାହା ବି ଜଣାପଡ଼ିନାହିଁ। ଅନୁମାନ କରାଯାଉଛି ଯେ ଭିଡିଓଟିକୁ ଦିଲ୍ଳୀରେ ଅଗଷ୍ଟ ୨୪ ତାରିଖରେ ସୁଟ୍‌ କରାଯାଇଛି।

ଭିଡିଓଟି ଏକ ଗାଡ଼ି ଭିତରେ ସୁଟ୍‌ କରାଯାଇଛି। ଗାଡ଼ି ଭିତରେ ଡ୍ରାଇଭର୍‌ ସିଟ୍‌ ପାଖରେ ବସିଥିବା ବ୍ୟକ୍ତି ଜଣକ ରାଗରେ ଥିବା ପରି ଦିଶୁଛନ୍ତି। ସେହି ସମୟରେ ମହିଳା ଜଣକ କହୁଛନ୍ତି କି ‘ତୁମକୁ ଲାଗୁଛି କି ସେ ଟଙ୍କା ଦେବେ?’

ସେଠାରେ ଉପସ୍ଥିତ ଆଉ ଜଣେ ବ୍ୟକ୍ତି କହୁଛନ୍ତି କି ‘ମେସେଜ୍‌ କରିବା ପୂର୍ବରୁ ଥରେ ଭାବ କାହାକୁ ଟଙ୍କା ମାଗୁଛ। ଜାଣିପାରୁଛ ତ ୫ କୋଟି କେତେ ବଡ଼ ରକମ?’ ୧ ମିନିଟ୍‌ ୫୪ ସେକେଣ୍ଡ୍‌ରେ ପୂରା କଥା ରେକର୍ଡ ହୋଇଛି। ସେଥିରେ ମହିଳା ଜଣକ ନକଲି ସିମ୍‌ ବ୍ୟବହାର କଥା କହୁଥିବାର ଶୁଣିବାକୁ ମିଳିଛନ୍ତି।

ଉଲ୍ଳେଖଯୋଗ୍ୟ, ଗତ ଅଗଷ୍ଟ ୨୨ ତାରିଖରେ ସ୍ୱାମୀ ଚିନ୍ମୟା ନନ୍ଦଙ୍କ ମୁଖପାତ୍ର ଓମ୍‌ ସିଂହ କହିଥିଲେ କି ତାଙ୍କ ନିକଟକୁ ଏକ ହ୍ଵାଟ୍‌ସଆପ୍‌ ମେସେଜ୍‌ ଆସିଥିଲା। ସେଥିରେ ଲେଖାଯାଇଥିଲା ୫ କୋଟି ଦିଅ ନଚେତ ତୁମ ନାମକୁ ଆମେ କଳଙ୍କିତ କରିଦେବୁ।

ତା’ ପରେ ପରେ ହି ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଅଗଷ୍ଟ ୨୨ରେ ମେସେଜ୍‌ ଆସିଥିବା ବେଳେ ଅଗଷ୍ଟ ୨୪ରେ ଜଣେ ଆଇନ୍‌ ଛାତ୍ରୀ ତାଙ୍କ ଫେସ୍‌ବୁକ୍‌ ପୋଷ୍ଟ୍‍ରେ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିଷୟରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲା। ଯାହାବି ହେଉ, ଉତ୍ତରପ୍ରଦେଶର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଘଟଣାର ତଦନ୍ତ କରୁଛି।

Related Posts

About The Author

Add Comment