ନୂଆଦିଲ୍ଲୀ, ୧୧/୦୯/୨୦ (ସନ୍ଧାନ ନିଉଜ) : ଜଣେ ଜଣାଶୁଣା ଆର୍ଯ୍ୟ ସମାଜ ନେତା ସ୍ୱାମୀ ଅଗ୍ନିବେଶ ଆଜି ନୂଆଦିଲ୍ଲୀର ଲିଭର ଆଣ୍ଡ ବିଲିୟାରି ସାଇନ୍ସ ଇନଷ୍ଟିଚ୍ୟୁଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଯକୃତ ସିରୋସିସ୍ ରୋଗରେ ପୀଡିତ ଥିଲେ ଏବଂ ଗୁରୁତର ଭାବରେ ଅସୁସ୍ଥ ଥିଲେ। ସେ ମଙ୍ଗଳବାରଠାରୁ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ସେପ୍ଟେମ୍ବର ୧୧ ଶୁକ୍ରବାର ଦିନ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ହୃଦ୍ଘାତ ମଧ୍ୟ ସଂଧ୍ୟା ୬:୦୦ ରେ ଆସିଥିଲା। ଏହା ପରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସନ୍ଧ୍ୟା ୬:୩୦ ରେ ତାଙ୍କର ମୃତ୍ୟୁ ହୋଇଛି। ଏହି ସୂଚନା ILBS ଦ୍ୱାରା ପ୍ରକାଶିତ ହୋଇଛି।
ସ୍ୱାମୀ ଅଗ୍ନିବେଶଙ୍କର ହୃଦଘାତରେ ନିଧନ
|
September 11, 2020 |
