ସ୍ୱାଧୀନତା ଦିବସ ବିବିଧ ପ୍ରତିଯୋଗିତାର ପୁରସ୍କାର ବିତରଣ

Spread the love

ଯାଜପୁର,  ୧୮/୮, (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଳ୍‌ା ସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଙ୍ଗଳବାର ପୂର୍ବାହ୍ନରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଳ୍‌ାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ଅକ୍ଷୟ କୁମାର ମଲ୍ଳିକ ପିଲା ମାନଙ୍କ ବୈାଦ୍ଧିକ ବିକାଶ ଓ ପ୍ରତିଭାର ପରିପ୍ରକାଶ ପାଇଁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ଏକ ଉପାଦେୟ ପଦକ୍ଷେପ ବୋଲି କହିବା ସହ ପିଲାମାନେ ଜୀବନରେ ସପଂଳ ହେବାପାଇଁ କଠୋର ପରିଶ୍ରମୀ ହେବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି ଯୋଗଦେଇ ପ୍ରତିଯୋଗିତା ପିଲା ମାନଙ୍କ ଜ୍ଞାନକୁ ବଢାଇବା ସହ ଭବିଷ୍ୟତକୁ ଶୃଙ୍ଖଳିତ କରିବାକୁ ପ୍ରେରଣା ଦେଇଥାଏ ବୋଲି କହିଥିଲେ । ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ କୋଭିଡ କଟକଣା ଯୋଗୁ ସ୍ୱାଧୀନତା ଦିବସ ଅବସରରେ ଏହି ପୁରସ୍କାର ଉତ୍ସବ ପଡିଆରେ ଦିଆଯିବା ସମ୍ଭବ ହୋଇପାରି ନଥିଲା ବୋଲି କହିଥିଲେ । ତେଣୁ ଆଜି ଏହି ପୁରସ୍କାର ପ୍ରଦାନ କରାଗଲା ବୋଲି ସୂଚନା ଦେଇ ପିଲା ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ଓଡିଆ ବକ୍ତୃତା ପ୍ରତିଯୋଗିତାରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରାମପୁର, ବରୀର ଚ୍ଥାତ୍ରୀ କୋୟଲ ସାମଲ ପ୍ରଥମ, ଜଗବନ୍ଧୁ ରାଊଳ ସରକାରୀ ଉଚ୍ଚ ବିଦ୍ୟାଳୟ, ଗୋବିନ୍ଦପୁରର ଚ୍ଥାତ୍ର ଶୁଭମ୍ କୁମାର ସାହୁ ଦ୍ୱିତୀୟ, ଅହିୟାସ ସରକାରୀ ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ନୀଳିମା ପ୍ରିୟଦର୍ଶିନୀ ଯେନା ତୃତୀୟ ସ୍ଥାନ, ଦେଶାତ୍ମବୋଧ ସଂଗୀତ ପ୍ରତିଯୋଗିତାରେ ଧବଳଗିରି ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ର ସୈାରଭ ଶତପଥୀ ପ୍ରଥମ, ଜି.ଏ.ଭି. ପବ୍ଳ୍‌ିକ ସ୍କୁଲ, ଯାଜପୁରର ଚ୍ଥାତ୍ର ସମ୍ୱିତ ସାହୁ ଦି୍ୱତୀୟ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରାମପୁର, ବରୀର ଚ୍ଥାତ୍ର ପିୟୁଷ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସଂପର୍କ ବିଭାଗ କର୍ମଚାରୀ ମିନତୀ ଦାଶ, ବରିଷ୍ଠ ରାଜସ୍ୱ ସହାୟକ ସୁବ୍ରତ କାନୁନ୍‌ଗୋ, ଶାନ୍ତନୁ କୁମାର ସାହୁ, ସତ୍ୟଜିତ୍ ନାୟକ, ରତିକାନ୍ତ ମହାନ୍ତି, ରବିନ୍ଦ୍ର କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ ।

Related Posts

About The Author

Add Comment