ରାଉରକେଲା, ୦୨/୧୨ (ସନ୍ଧାନ ନିୟୁଜ): ସ୍ମାର୍ଟ ସିଟି ରାଉରକେଲାରେ ଏବେ ବୁଲା କୁକୁର ନିଜର ପ୍ରଭାବ ବିସ୍ତାର କରିଥିବା ଦେଖିବାକୁ ମିଳିଛି । ସହରର ପାନପୋଷ ଛକ ଠାରୁ ଆରମ୍ଭ କରି ଡେଲି ମାର୍କେଟ, ବାସନ୍ତୀ କଲୋନୀ ଉଦିତନଗର, ପ୍ଲାଂଟ ସାଇଟ, ଟ୍ରାଫିକ ଗେଟ, ନୟାବଜାର ସମେତ ବିଭିନ୍ନ ସେକ୍ଟରରେ କୁକୁର ମାନେ ଏଣେତେଣେ ଘୁରିବଲିବା ଯୋଗୁ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ଅପରପକ୍ଷରେ ରାଉରକେଲା ମହାନଗର ନିମଗ ପକ୍ଷରୁ ବୁଲା କୁକୁରଙ୍କୁ ଧରିବା ଅଭିଯାନ ଶିଥିଳ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । କୁକୁରଙ୍କ ବନ୍ଧ୍ୟାକରଣ ମଧ୍ୟ ଠିକ ଭାବେ କରାଯାଉନଥିବାରୁ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ଶହ ସହରରେ ପ୍ରତିଦିନ ୫୦ରୁ ଉର୍ଦ୍ଧ ବ୍ୟକ୍ତି କୁକୁର କାମୁଡ଼ାରେ ଆହତ ହେଉଛନ୍ତି ! ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ଗତ କିଛି ଦିନ ହେଲା ବୁଲା କୁକୁରଙ୍କ ଉପଦ୍ରବ ବଢିବାରେ ଲାଗିଛି । ଦକ୍ଷିଣ ରାଉରକେଲା ଅଂଚଳର କିଛି କଲୋନୀରେ କୁକୁର କାମୁଡ଼ାରେ ଲୋକେ ଆହତ ହୋଇଥିବା ଖବର ମିଳିଛି । ସମୟ ସମୟରେ ପାଗଳା କୁକୁର ଦୌରାତ୍ମ୍ୟ ଜନସାଧାରଣରେ ଆତଙ୍କ ୍େଖଳାଉଥିବା ବେଳେ, ରାସ୍ତାରେ କୁକୁରଙ୍କ ଅବାଧ ବିଚରଣ ଛୋଟବଡ଼ ଦୁର୍ଘଟଣାକୁ ପରୋକ୍ଷରେ ଆମନ୍ତ୍ରଣ କରୁଛି । ଗତ କିଛି ଦିନ ତଳେ କୋଏଲ ନଗର ଅଂଚଳରେ ଏକ ପାଗଳ କୁକୁର ବହୁ ଲୋକଙ୍କୁ କାମୁଡ଼ି ରକ୍ତାକ୍ତ କରିଥିଲା । କୁକୁରର ଆକ୍ରମଣରେ ଜଣେ ବରିଷ୍ଠ ନାଗରିକ ମଧ୍ୟ ଗୁରୁତର ଆହତ ହୋଇଥିଲେ ସୁଦ୍ଧା ରାଉରକେଲା ମହାନଗର ନିଗମର ନିଦ ନଭାଙ୍ଗିବା ବୁଦ୍ଧଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି ।
Report- S Nayak