ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ଓ ସି ଏମ୍ ସି କମିଟି ଗଠନ କୁ ନେଇ ମାରଣାତ୍ମକ ଆକ୍ରମଣ।

Spread the love

ଗଁଦିଆ/୦୭/୧୨/ସନ୍ଧାନ ନିଉଜ୍/ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ପଞ୍ଚାୟତର ରାଏପୁର ଉପ୍ରା ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଶାନ୍ତ କୁମାର ନାଥ ୬/୧୨/୨୦୨୧ ତାରିଖରେ ଦିବା ୧୨ ଘଣ୍ଟିକା ସମୟରେ ମନ୍ଦାର ପଞ୍ଚାୟତ ଅଫିସ୍ ପ୍ରାଙ୍ଗଣରେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ବିଜୁସ୍ବାସ୍ଥ୍ୟ ବିମା କାର୍ଡ ବାଣ୍ଟିବା ସମୟରେ ମନ୍ଦାର ପ୍ରାଥମିକ ସ୍କୁଲର ସହକର୍ମୀ ଶିକ୍ଷକ ନରେନ୍ଦ୍ର ତ୍ରିପାଠୀ  ଫୋନ୍ କରି ଶ୍ରୀ ନାଥ ଙ୍କୁ କହିଥିଲେ କି ଶଙ୍କର୍ଷଣ ମଲ୍ଲିକ ଓ ଦୁଷ୍ମନ୍ତ ମଲ୍ଲିକ ଡାକୁଛନ୍ତି ଆମ ସ୍କୂଲ୍ କୁ ଆସ। ସୂଚନା ଥାଉକି ଶ୍ରୀ ନାଥ କହିଥିଲେ କି ସେ ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ପରେ ଜିବି ବୋଲି କହିଥିଲେ କିନ୍ତୁ ସହକର୍ମୀ ଶିକ୍ଷକ ନରେନ୍ଦ୍ର ବାବୁ ବାରମ୍ବାର ଅନୁରୋଧ କରିଥିଲେ କି ମାତ୍ର ଦୁଇ ମିନିଟ କଥା ହୋଇ ଫେରିଯିବାକୁ କହିବାରୁ  ଶ୍ରୀ ନାଥ ସେଠାକୁ ଯାଇଥିଲେ। କିନ୍ତୁ କିଏ ଜାଣିଥିଲା ଘଟଣା ଅଘଟଣ ଆଡ଼କୁ ଜିବବୋଲି । ଶ୍ରୀ ନାଥ ସେଠାରେ ପହଞ୍ଚିଲା ବେଳକୁ ସେଠାରେ ସାର୍ ନନ୍ଦ ଙ୍କ ସହିତ ଅନ୍ତର୍ଯ୍ୟାମୀ ନନ୍ଦ, ଶିକ୍ଷକ ଶଙ୍କର୍ଷଣ ମଲ୍ଲିକ, ଅର୍ଜୁନ ଦାସ, ଦୁଷ୍ମନ୍ତ ମଲ୍ଲିକ ଏବଂ ଆଉ ୧୦/୧୫ ଜଣ ଗ୍ରାମବାସୀ ଉପସ୍ଥିତ ଥିଲେ। ହଠାତ୍ ଶିକ୍ଷକ ଶଙ୍କର୍ଷଣ ମଲ୍ଲିକ ନାଥ ସାର୍ ଙ୍କୁ ଅସଭ୍ୟ  ଭାଷାର ବ୍ୟବହାର କରି କହିଥିଲେ l କି ଏରିଆ ଟା ମୋର ,ତୁ ମୋ ଲୋକଙ୍କୁ ଏସ୍ ଏମ୍ ସି କମିଟି ଗଠନ ରେ କାହିଁକି ରଖିଲୁ ନାଁ ହିଁ ମୋତେ ଆଜି ମୁଁ ଜିବନରେ ମାରିଦେବାକୁ କହି ସାର୍ ନାଥଙ୍କ ଛାତିକୁ ଗୋଇଠା ମାରିବା ସହିତ ସେ ଏରିଆ ଛାଡ଼ି ପଳାଇ ଯିବାକୁ ଧମକ ଦେଇଥିଲେ। ସେତିକିରେ ଶଙ୍କର୍ଷଣ ମଲ୍ଲିକ ଙ୍କର ମନ ବୁଝି ନ ଥିଲା ହଠାତ୍ ସେଠାରେ ଥିବା ତାଙ୍କ ଭାଇ ଦୁଷ୍ମନ୍ତ ମଲ୍ଲିକ ଓ ସେ ନିଜେ ସାର୍ ନାଥଙ୍କ ତଣ୍ଟିଚିପି ଏକ ଧାରୁଆ ଅସ୍ତ୍ର ତାଙ୍କ ତଣ୍ଟି ରେ ଲଗାଇବା ସହିତ ଏକ ରୁମକୁ ନେଇ କବାଟ ବନ୍ଦକରି ସାର୍ ନାଥଙ୍କ ଠାରୁ ଏକ ସାଧା କାଗଜରେ ଜୋରଜବରଦସ୍ତ କିଛି ମିଛ କଥା ଲେଖାଇ ନେଲା କିନ୍ତୁ ନାଥ ସାର ନିଜର ଜିବନ ବଞ୍ଚାଇବାକୁ ସେ ମିଛ ଲେଖା ଥିବା କାଗଜରେ  ଦସ୍ତଖତ ନେବା ସହିତ ସାର୍ ଙ୍କ ପକେଟ୍ ରେ ଥିବା ପାଞ୍ଚ ହଜାର ଟଙ୍କା ମଧ୍ୟ ନେଇଯାଉଥିବା ର ଲିଖିତ ଅଭିଯୋଗ ଗଁଦିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦେଖିବାକୁ ବାକି ରହିଲା କି ସାର୍ ନାଥ କେତେଦୂର ନ୍ୟାୟ ପାଉଛନ୍ତି କି ରାଜନୈତିକ ଚାପରେ   ଏହି କେସ୍ ର ମୋଡ଼ ଅନ୍ୟ କେଉଁଆଡେ ବଦଳୁଛି। ଅପର ପକ୍ଷ ରୁ କିଛି ପ୍ରତିକ୍ରିୟା ମିଳି ପାରିନାହିଁ ।

Related Posts

About The Author

Add Comment