କଟକ, ୨୯/୧୧/୨୦୨୧ (ସନ୍ଧାନ ନିଉଜ) : କଟକ ସଦର ୪୨ ମୌଜା ପଟଣାସ୍ଥିତ ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ପକ୍ଷରୁ ପୂଜ୍ୟପୂଜା ଭବନ ଠାରେ ଧୂଳିଶ୍ୱର ଗ୍ରାମର ବିଶିଷ୍ଟ ସମାଜସେବୀ,ଦକ୍ଷ ସଙ୍ଗଠକ,ସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ଭଜନ ଗାୟକ ତଥା ରାଜ୍ୟ ସଚିବାଳୟ ବିଭାଗୀୟ ଅଧିକାରୀ ସ୍ବର୍ଗତ ଦାମୋଦର ସେନାପତିଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଆଜି ପୂର୍ବାହ୍ନରେ ପ୍ରତିଷ୍ଠାନ ପକ୍ଷରୁ ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି,୪୨ ମୌଜା ଯାଦବ ମହାସଭାର ସଭାପତି ତଥା ବିଶିଷ୍ଟ ସାହିତ୍ୟିକ ବୁଲେଇ ବେହେରା,କବୟିତ୍ରୀ ସରୋଜ ନଳିନୀ ପରିଜା ପ୍ରମୁଖ ଉପସ୍ଥିତ ରହି ଆମର ଆତ୍ମାର ସ୍ମୃତି ଚାରଣ କରିଥିଲେ ।
ସ୍ବର୍ଗତ ଦାମୋଦର ସେନାପତି ଥିଲେ ସଦର ମାଟିର ଗୌରବ : ଦକ୍ଷ ସଙ୍ଗଠକ ବୁଲେଇ ବେହେରା
|
November 29, 2021 |
