ସ୍ତ୍ରୀହନ୍ତାକୁ କୋର୍ଟ ଚାଲାଣ

Spread the love

ବାରିପଦା ୦୫/୦୭ (ସନ୍ଧାନ ନିଉଜ);- ସ୍ତ୍ରୀକୁ ହତ୍ୟାକରି ଆତ୍ମହତ୍ୟାର ରୂପ ଦେଇ ଦିନ ତମାମ କବାଟ ବନ୍ଦ କରି ପୋଲିସ ଓ ଗ୍ରାମବାସୀଙ୍କୁ ନାକେଦମ୍ କରିଦେଇଥିଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ବେତନଟୀ ଥାନା ଭାଲିଆଡିହା ପଞ୍ଚାୟତରେ କେନ୍ଦୁଛାଟିଆ ଗ୍ରାମ ନୂଆ ସାହିରେ, ଉକ୍ତ ଗ୍ରାମର ହରିଆ ଦେହୁରୀ (୫୫) ଗୁରୁବାର ସକାଳେ କୈାଣସି କାରଣରୁ ତାଙ୍କ ସ୍ତ୍ରୀ କାଜଲ ଦେହୁରୀ (୫୦) କୁ ମାରି ରକ୍ତାକ୍ତ ଅବସ୍ଥାରେ ତାଙ୍କ ଶାଢ଼ୀକୁ ବେକରେ ବାନ୍ଧିକରି ଘର ଭିତରେ ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦେଇ ଘର ଭିତର ପଟୁ କବାଟ ବନ୍ଦ କରିଥିଲେ ଅପରାହ୍ନରେ ବେତନଟୀ ଥାନା ଏସଆଇ ଶ୍ରୀନୀବାସ ମାର୍ଥା ଓ ବଡଜାମବଣି ଫାଣ୍ଡି ଅଧିକାରୀ ପବିତ୍ର ମୋହନ ରାଉତ ଘଟଣା ସ୍ଥଳରେ ପହଞ୍ଚି କବାଟ ଖୋଲି ପାରି ନଥିଲେ । ଗ୍ରାମବାସୀଙ୍କ ସହଯୋଗରେ କବାଟ ଭାଙ୍ଗି ଘର ଭିତରକୁ ପଶି ମୃତ ମହିଳାଙ୍କ ଶବ ଜବଦ କରିବା ସହ , ହତ୍ୟାକରୀ ସ୍ବାମୀଙ୍କୁ ଗିରଫ ଗିରଫ କରିଥିଲେ , ଭିତରେ ଥିବା ପ୍ରାୟ ୬ ବର୍ଷର ନାତୁଣୀକୁ ଉଧାର କରିଥିଲେ।
ମାଙ୍କୁ ବାପା ହତ୍ୟା କରିଥିବା ଅଭିଯୋଗ କରିଥିଲେ ପୁଅ ରାଜୁ ଦେହୁରୀ (୩୦), ଅଭିଯୋଗ କ୍ରମେ ବେତନଟୀ ଥାନା କେଶ ନଂମ୍ବର ୧୪୫/୨୦ ଦଫା ୩୨୦ ରେ ଏକ ନରହତ୍ୟା ମାମଲା ରୁଜୁ କରାଯାଇ ହତ୍ୟାକାରି ସ୍ବାମୀ ହରିଆ ଦେହୁରୀଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ମୃତ ସ୍ତ୍ରୀଙ୍କ ଶବ ଶୁକ୍ରବାର ବାରିପଦା ପିଆରଏମ୍ ମେଡିକାଲ କଲେଜ ହସ୍ପିଟାଲରେ ବ୍ୟବଛେଦ କରାଯିବା ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ଲିଙ୍ଗରାଜ ପଣ୍ଡା, ବାରିପଦା

Related Posts

About The Author

Add Comment