ଜଗତସିଂହପୁର,୦୮/୧୦ (ସନ୍ଧାନ ନିୟୁଜ): ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଦା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ବିଦ୍ୟାଳୟ ଛାତ ଉପରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ମୃତକଙ୍କ ପତ୍ନୀ ଥାନାରେ ଏତଲା ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ପୋଲିସ ସନ୍ଦେହ କରୁଛି । ଏଥିରେ ତାଙ୍କ ମଧୁ ନାମକ ପ୍ରେମିକାର ହାତ ରହିଥିବା ପରିବାର ଲୋକେ କହିଛନ୍ତି। ଦୋଷୀ କୁ ଧରିବା ସହିତ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପରିବାର ବର୍ଗ ଦାବି କରିଛନ୍ତି ।
ସ୍କୁଲ ଛାତରୁ ମୃତ ଦେହ ଉଦ୍ଧାର; ହତ୍ୟା ସନ୍ଦେହ, ଥାନାରେ ଏତଲା
|
October 8, 2019 |
