ସ୍କର୍ପିଓକୁ ପିଟିଲା କାର୍, ଚାଲିଗଲା ୫ ଜୀବନ
ସ୍କର୍ପିଓକୁ ପିଟିଲା କାର୍, ଚାଲିଗଲା ୫ ଜୀବନ
Sandhan News |
January 22, 2020 |
ରାଉରକେଲା, ୨୨/୦୧/୨୦ (ସନ୍ଧାନ ନିଉଜ/ଏସ ନାୟକ) : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରମାବାହାଲ ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଡିଭାଇଡର ଡେଇଁ ରାସ୍ତାର ଅପରପାର୍ଶ୍ୱରେ ସ୍କର୍ପିଓକୁ ଏକ କାର୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି।ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ରାଉରକେଲାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ କାର୍ରେ ଥିବା ୩ ଜଣ ଓ ସ୍କର୍ପିଓରେ ଥିବା ୩ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ରାଉରକେଲା ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇନ୍ତି।ଦୁର୍ଘଟଣା ସମୟରେ ହାଇୱେରେ କାମ କରୁଥିବା ଶ୍ରମିକଙ୍କ ଉପରେ ଗାଡ଼ି ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା।ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ରାଉରକେଲା ପଟୁ ସୁନ୍ଦରଗଡ଼ ଅଭିମୁଖେ ଦ୍ରୁତ ଗତିରେ ଏକ କାର୍ ଯାଉଥିଲା। ଏହି ସମୟରେ ଅପର ପାର୍ଶ୍ୱରୁ ଏକ ସ୍କର୍ପିଓ ରାଉରକେଲା ଅଭିମୁଖେ ଯାଉଥିଲା। ଉଭୟ ଗାଡ଼ି ମଝିରେ ଡିଭାଇଡର ଥିବା ସତ୍ତ୍ୱେ ରମାବହଲ ଛକ ନିକଟରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା।
Related Posts
About The Author