ସୋର,୨୧/୧୨/୨୦୨୦ ( ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ସୋର ଅବକରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୭ ଜଣଙ୍କୁ ଗିରଫ କରାଯାଇଛି । ସୋର ଓ ସିମୁଳିଆ ଅଞ୍ଚଳରେ ଚଢ଼ଉ କରାଯାଇ ଦେଶୀ ଓ ବିଦେଶୀ ମଦ ସହିତ ୫ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଆଜି ସକାଳେ ଅଦାକିରୀଅରିଣୀ ସ୍ନାତୀ ପଟ୍ଟନାୟକ ଓ ନୀଳଗିରି ଅବକାରୀ ଥାନା ଆଇଆଇସି ନାରାୟଣ ବେହେରାଙ୍କ ତତ୍ଵାବଧାନରେ ସୋର ସରଶଙ୍ଖ ଗ୍ରାମର ଦାମୋଦର ସାହୁଙ୍କ ଘର ଉପରେ ଚଢ଼ାଉ କରାଯାଇ ତାଙ୍କ ନିକଟରୁ ୨୫ ଲିଟର ଦେଶୀ ମଦ, ସିମୁଳିଆ ଥାନା ବଦୁଳି ଗ୍ରାମର ରତ୍ନାକର ବାରିକ ନିକଟରୁ ୪ ଲିଟର ବିଦେଶୀ ମଦ, ବାଲିଖଣ୍ଡ ଗ୍ରାମର ସୁଭଦ୍ରା ଶିଅଳଙ୍କ ଘରୁ ୧୦ ଲିଟରୁ ଦେଶୀ ମଦ, ପଇଁନ୍ତରୀସାହି ପଦ୍ମାବତୀ ଦେହେରାଙ୍କଠାରୁ ୧୦ ଲିଟର ଦେଶୀ ମଦ ଓ ଅବଜଣା ଗ୍ରାମର କମଳାକାନ୍ତ ପରିଡ଼ାଠାରୁ ୫ ଲିଟର ଦେଶୀମଦ ଜବତ କରାଯାଇ ୫ ଜଣଙ୍କୁ ଗିରଫ କରାଯାଇଥିଲା । ଅପରାହ୍ନରେ ସୋର ଇଟୁଆ ଗ୍ରାମ ଦେଇ ଅଙ୍କବମପୁର ଗ୍ରାମର ପ୍ରଭାକର ଜେନା ଓ ରାହୁଲ କୁମାର ଜେନା ଏକ ବାଇକରେ ୧୬୦ ଲିଟର ଦେଶୀ ମଦ ନେଇ ଜାମଝାଡ଼ି ଯାଉଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ମଦ ସହ ବାଇକ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରି ମୋଟ ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ଉରେ ଭାସ୍କର ବେହେରା, ଦେବାଶିଷ ମଲ୍ଲିକ, ବିଦ୍ୟାଧର ବିନ୍ଧାଣୀ, ତପନ ମଲ୍ଲିକ, ମାନଗୋବିନ୍ଦ, ମହାପାତ୍ର, ପ୍ରହ୍ଲାଦ ବିଶ୍ୱାଳ, ମିନତି ଜେନାଓ ରଶ୍ମିରେଖା ପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।
ସୋରରେ ଅବକାରୀ ଚଢ଼ଉ: ମଦ ସହିତ ୭ ଗିରଫ
|
December 21, 2020 |


