ଭୁବନେଶ୍ବର, ୧ ୮/୪ (ସନ୍ଧାନ ନିୟୁଜ) : ଚଳିତ ମାସ ୧୯ ଓ ୨୦ ତାରିଖରେ ପାଲ୍ ହାଇଟ୍ସ୍ ହୋଟେଲ୍ରେ ସୂତ୍ର ଫେସନ୍ ପ୍ରଦର୍ଶନୀ ଆୟୋଜନ କରାଯିବ। ଏଠାରେ ଗ୍ରାହକମାନେ ଅନେକ ଫେସନ ଓ ଜୀବନଶୈଳୀ ସାମଗ୍ରୀ କିଣିବା ଓ ଦେଖିବାର ସୁଯୋଗ ପାଇବେ। ସୂତ୍ର ପ୍ରଦର୍ଶନୀ ନବମ ବର୍ଷରେ ପଦାର୍ପଣ କରିଥିବା ବେଳେ ପ୍ରତି ଥର ଏହା ଡିଜାଇନର୍ ପୋଷାକ ଓ ଉତ୍ପାଦ ଜରିଆରେ ଭୁବନେଶ୍ବର ବାସିନ୍ଦାଙ୍କୁ ରୋମାଞ୍ଚିତ କରିଥାଏ। ଏହା ଲୋକମାନଙ୍କୁ ଅନନ୍ୟ ସପିଙ୍ଗ୍ ଅନୁଭୂତି ପ୍ରଦାନ କରୁଛି। ଏହି ପ୍ରଦର୍ଶନୀରେ ଗଆହକମାନେ ଏଥନିକ୍, ୱେଷ୍ଟର୍ଣ୍ଣ ଓୟାର, କାଜୁଆଲ୍, ଟ୍ରେଣ୍ଡି, ଚିକ୍ ଏବଂ ପ୍ରେଟ୍ ଲାଇନ୍ ପୋଷାକ ସହିତ ଆକ୍ସେସୋରିଜ୍ ଆଦି କିଣିପାରିବେ। ଏହା ବ୍ୟତୀତ ଅନେକ ହୋମ୍ ଡେକର୍ ଉତ୍ପାଦ ମଧ୍ୟ ବିକ୍ରି କରାଯିବ।
ସୂତ୍ର ଫେସନ୍ ପ୍ରଦର୍ଶନୀ ୧୯ରୁ
|
April 18, 2019 |
![](https://sandhannews.com/wp-content/uploads/2019/04/BREAKING-NEWS-SANDHAN.png)