ସୁରତରେ ଓଡ଼ିଆ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

Spread the love

ଯାଜପୁର, ୨୩/୪ (ସନ୍ଧାନ ନିୟୁଜ) ଦାରିଦ୍ର୍ୟ ତଥା ବେରୋଜଗାରୀ ଯୋଗୁଁ ଅଳ୍ପ ଶିକ୍ଷିତ ଓଡ଼ିଆ ବ୍ୟକ୍ତି ମାନେ ରୋଜଗାର ଆଶାରେ ଗୁଜୁରାଟ ରାଜ୍ୟର ସୁରତରେ ଶ୍ରମିକ ଭାବେ ନିୟୋଜିତ ହେଉଥିବା ସ୍ଥଳେ କୈାଣସି କାରଣରୁ ଯଦି ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଲା ତେବେ ମୃତ ଶରୀରକୁ ଦେଖିବାତ ଦୂରରେ ଥାଉ ଏପରିକି ଥାନାରେ ଅଭିଯୋଗ କରିବା ମଧ୍ୟ ତାଙ୍କର ପରିବାର ପକ୍ଷରେ ଅସମ୍ଭବ ହୋଇପଡ଼େ।ପଥରପଦା ପଞ୍ଚାୟତ ଅନ୍ତର୍ଗତ ମହମ୍ମଦଜମାଲପୁର ଗ୍ରାମର ପଞ୍ଚାନନ ବୋଇତେଇଙ୍କ ସାନପୁଅ ରାଜେଶ(୩୩) ଗତ ୨୦୦୦ ମସିହାରୁ ସୁରତ ଜିଲ୍ଲାର କିମ ଥାନା ଅନ୍ତର୍ଗତ ଏକ ସୁତାକଳରେ ଶ୍ରମିକ ଭାବେ କାର୍ଯ୍ୟକରି ଆସୁଥିଲେ। ଏପରିକି ରାଜେଶ ସେଠାରେ ଏକ ସ୍ଥାନୀୟ ଝିଅକୁ ବିବାହ କରି ରହିବା ସହିତ ଦୁଇଟି ସନ୍ତାନର ପିତା ମଧ୍ୟ ହୋଇଥିଲେ। ମାତ୍ର ରବିବାର ରାତିରେ ରାଜେଶ ସେଠାରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି ବୋଲି ରାଜେଶର ଶଳା ଫୋନରେ କହିବା ପରେ ତାର ପରିବାରର ମୁଣ୍ଡରେ ଚଡ଼କ ପଡ଼ିଛି। ମୃତ ରାଜେଶର ବଡ଼ଭାଇ ଶରତଙ୍କ କହିବାନୁସାରେ ରାଜେଶ ଓ ତାର ପତ୍ନୀ ମଧ୍ୟରେ କୈାଣସି କାରଣକୁ ନେଇ ବାରମ୍ବାର ଝଗଡ଼ା ଲାଗୁଥିଲେ। ରାଜେଶର ମୃତ ଶରୀରର ବେକରେ ଏକ ଗାମୁଛା ବାନ୍ଧି ଓହଳି ଥିବା ବେଳେ ତାର ପାଦ ଦୁଇଟି ତଳେ ସମ୍ପୁର୍ଣ୍ଣ ଲାଗିଥିଲା। ତେବେ ରାଜେଶ ଆତ୍ମହତ୍ୟା କରିନଥାଇପାରେ ବରଂ ତାର ଶ୍ୱଶୁର ଘର ଲୋକେ ତାକୁ ମାରି ଦେଇ ଟାଙ୍ଗି ଦେଇଛନ୍ତି ବୋଲି ତାଙ୍କର ସନ୍ଦେହ ହୋଉଛି ବୋଲି ପ୍ରକାଶ କରିଥିଲେ।ଏପରିକି ସେଠାରେ ରହୁଥିବା ରାଜେଶର କିଛି ସହକର୍ମୀ ମଧ୍ୟ ରାଜେଶର ଶରୀରେ ମାଡ଼ର ଚିହ୍ନ ଦେଖିଛନ୍ତି ବୋଲି କହିବା ପରେ ତାର ହତ୍ୟା ନେଇ ତାଙ୍କର ସନ୍ଦେହ ଦୃଢୀଭୁତ ହୋଇଛି। ଏ ନେଇ ସେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିବା ଲାଗି ଯାଇଥିଲେ ମଧ୍ୟ ଏଠାରେ ଅଭିଯୋଗ ହୋଇପାରିବ ନାହିଁ ବୋଲି କାର୍ଯ୍ୟାଳୟର ଜୈନେକ କର୍ମଚାରୀ କହିବା ପରେ ସେ ଫେରି ଆସିଥିଲେ। ଏ ନେଇ ସାମାଜିକ କର୍ମୀ ତାରିଣୀ କୁମାର ପଟ୍ଟନାୟକ ଜାତୀୟ ମାନବଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Report M Rout

Related Posts

About The Author

Add Comment