ସୁରକ୍ଷିତ ଦୀପାବଳି ପାଇଁ ଅଗ୍ନିଶମର ବ୍ୟାପକ ପ୍ରସ୍ତୁତି

Spread the love

ଭୁବନେଶ୍ୱର, ୨୬/୧୦ (ସନ୍ଧାନ ନିଉଜ) : ଆସନ୍ତାକାଲି ହେଉଛି ଦୀପାବଳି। ରାଜ୍ୟରେ ସୁରକ୍ଷିତ ଦୀପାବଳି ପାଳନ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି। ଅଘଟଣକୁ ଏଡ଼ାଇବା ପାଇଁ ଅଗ୍ନିଶମ ବିଭାଗର ୫ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହା ସହ ୯୦୦ଟି ଦମକଳ ଗାଡ଼ି ପ୍ରସ୍ତୁତ କରାଯାଇଥିବା ବେଳେ ୩୩୭ଟି ଅଗ୍ନିଶମ କେନ୍ଦ୍ରକୁ ସଜାଗ ରଖାଯାଇଛି। ୩୫୦ଜଣ ଅଧିକାରୀ ଏହି ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି। କଟକରେ ୫ଟି ଏବଂ ଭୁବନେଶ୍ୱରରେ ୩ଟି ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଖୋଲାଯାଇଛି। ଏହା ସହ ବାଲେଶ୍ୱର, ବରଗଡ଼, ବ୍ରହ୍ମପୁର, ସମ୍ବଲପୁରରେ ମଧ୍ୟ ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ ସୂଚନା ଦେଇଛନ୍ତି।

Related Posts

About The Author

Add Comment