ସୁନ୍ଦରଗଡ଼ର ନାରୀ କଲ୍ୟାଣ କେନ୍ଦ୍ରରେ ସ୍ୱଦେଶୀ ମେଳା ଅନୁଷ୍ଠିତ

Spread the love

ସୁନ୍ଦରଗଡ଼ ତା:୧/୩/୨୦୨୬( ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲାର ନାରୀ କଲ୍ୟାଣ କେନ୍ଦ୍ର ପରିସରରେ ସ୍ୱଦେଶୀ ହସ୍ତତନ୍ତ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ  ସୁନ୍ଦରଗଡ ଉପଜିଲ୍ଲାପାଳ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ପୌରାଧକ୍ଷା ଶ୍ରୀମତି ତନୟା ମିଶ୍ର ସହିତ ପୂର୍ବତନ ସଦର ବିଧାୟିକା ଶ୍ରୀମତି କୁସୁମ ଟେଟେ ଯୋଗ ଦେଇଥିଲେ । ମେଳାରେ ହସ୍ତତନ୍ତ, ହସ୍ତଶିଳ୍ପ, ମୃଣ୍ମୟ ପାତ୍ର, ମସଲା ଓ ବିଭିନ୍ନ ଘରୋଇ ସାମଗ୍ରୀ ଉପଲବ୍ଧ ରହିଥିଲା । ଏହା ବ୍ୟତୀତ  ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଦେଶୀ ଖାଦ୍ୟର ମଜା ନେବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମୁଥିବା ଦେଖିବାକୁ ମିଳିଥିଲା । ଭୋକାଲ୍ ଫର୍ ଲୋକାଲ୍’  ଏବଂ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏହି ମେଳା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।  ସ୍ୱଦେଶୀ ସାମଗ୍ରୀର  ବ୍ୟବହାର ଓ ଆତ୍ମନିର୍ଭରଶୀଳ ହେବାରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।

Related Posts

About The Author

Add Comment