ସୁନ୍ଦରଗଡପୂର୍ବତନ ବିଧାୟକ ଯୋଗେଶ ସିଂ କୋବିଡ଼ରେ ସଂକ୍ରମିତ; ସୁନ୍ଦରଗଡ ସାଂସଦ ଜୁଏଲ ଓରାମ କୋବିଡ଼ ଯୁଦ୍ଧରେ ବିଜୟୀ

Spread the love

ସୁନ୍ଦରଗଡ, ୫/୫/୨୦୨୧, (ସନ୍ଧାନ ନିଉଜ/ରାଜୁ ପଟେଲ )  ସୁନ୍ଦରଗଡ ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ସମ୍ପାଦକ ଯୋଗେଶ  କୁମାର ସିଂ କୋଭିଡ ରେ ଆକ୍ରାନ୍ତ ହୋଇଛନ୍ତି । ଶ୍ରୀଯୁକ୍ତ ଯୋଗେଶ କୁମାର ସିଂ ତାଙ୍କ ନିଜ ଗ୍ରାମ ସର୍ଗିପାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନମୁନା  ପରୀକ୍ଷା କରିବାପରେ  ସେ କୋବିଡ଼ ସଂକ୍ରମଣ ହେବାର ସୂଚନା ମିଳିଛି । ସେ ଫେସବୁକ ଓ ଟିଉତର ରେ ସୂଚନା ଦେବାସହ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା କରିବାକୁ ଅନୁରୋଧ କରିଥିଲେ ।

ସେହିପରି ଆଜି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ କୋବିଡ଼ ସଂକ୍ରମଣ ରୁ ମୁକ୍ତ ହୋଇଛନ୍ତି । ଶ୍ରୀଯୁକ୍ତ ଓରାମ ଏମସ ହସ୍ପିଟାଲରେ ଚିକିଷାଧିନ ଅବସ୍ଥାରେ ବିଗତ ନଅ ଦିନ ଧରି ଚିକିତ୍ସିତ ହେବାପରେ ସେ ଏବେ ରୋଗରୁ ମୁକ୍ତ ହୋଇଛନ୍ତି । ଘରକୁ ଗଲାପରେ ଶ୍ରୀଯୁକ୍ତ ଓରାମ ସାତ ଦିନ ସଂଗରୋଧରେ ରହିବାର ସୂଚନା ଦେଇଛନ୍ତି । ସାମାଜିକ ଦୂରତା ବଜାୟ ରହିବା  ସହିତ ମାସ୍କ ପିନ୍ଧିବା ଓ ହାତକୁ ସାନିଟାଇଜ କରିବାକୁ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ।ଏବେ ସମଗ୍ର ଓଡିଶା ଲକ ଡାଉନ ସମୟରେ ପ୍ରଶାସନକୁ ସହଯୋଗ କରିବା ସହିତ ଅତି ଆବଶ୍ୟକ ନ ହେଲେ ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି ।

Related Posts

About The Author

Add Comment