ସୁନ୍ଦରଗଡ ପୌରପାଳିକା ରେ ପ୍ରଥମ ଦିନରେ ୨୬୫୯ ହିତାଧିକାରୀଙ୍କ ଟୀକାକରଣ

Spread the love

ସୁନ୍ଦରଗଡ, ୮/୬/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ସୁନ୍ଦରଗଡର ପୌରପାଳିକରେ   ୧୮ ବର୍ଷରୁ ୪୫ ବର୍ଷ  ମଧ୍ୟରେ ଥିବା ହିତାଧିକାରୀ  ମାନଙ୍କୁ  ପ୍ରଥମ ଦିନର ଟୀକାକରଣ  ନିରାପତ୍ତା ସହକାରେ ସମ୍ପନ୍ନ ହୋଇଯାଇଛି । ଜିଲ୍ଲାପାଳ  ଶ୍ରୀଯୁକ୍ତ ପବନ କଲ୍ୟାଣ ନିଜେ ବାଳିକା ମହାବିଦ୍ୟାଳୟ  ଉତଘାଟନ କରି ଶୁଭାରମ୍ଭ କରିଥିଲେ । ଅଞ୍ଚଳର ଯୁବପିଢ଼ି ଆସି ନିଜ ନିଜର ଟୀକାକରଣ ସମ୍ପନ୍ନ କରିଛନ୍ତି । ପ୍ରଥମ ଦିନରେ ୨୬୫୯ ଜଣ ହିତାଧିକାରୀ ଟୀକା ନେଇଛନ୍ତି । ଜିଲ୍ଲାରେ ଦୁଇ ଜାଗାରେ ଟୀକାକରଣ ରେ ନିଜେ ସୁନ୍ଦରଗଡର ଏସପି ସାଗରିକା ନାଥ ଓ ସୁନ୍ଦରଗଡର ସିଡ଼ିଏମୋ ଡ଼କ୍ଟର ସରୋଜ କୁମାର ମିଶ୍ର ଓ ଜିଲ୍ଲାର ବିଭିନ୍ନ ଅଧିକାରୀମାନେ ଉକ୍ତ ଟୀକାକରଣ ସ୍ଥାନ ପରିଦର୍ଶନକରି କାର୍ଯ୍ୟକୁ ତଦାରଖ କରିଥିଲେ ।  ଏହି ପରିପେକ୍ଷିରେ ମୋ ପରିବାର ତରଫରୁ  ବିଜୁ ଜନତା ଦଳ ତରଫରୁ ଟୀକାକରଣ ହିତାଧିକାରୀ ମାନଙ୍କୁ ଶୁଖିଲା ଖାଦ୍ୟ ଯଥା ବିସ୍କୁଟ, ପାଣି ବୋତଲ ବଣ୍ଟନ କରାଯାଇଛି । ଜିଲ୍ଲାର କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକ ତତ୍ୱବାଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିନୟ ଟପ୍ପୋ ଓ ପୂର୍ବତନ ସଦର ବିଧାୟକ ଶ୍ରୀଯୁକ୍ତ ଯୋଗେଶ ସିଂ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉତଘାଟନ କରି କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ ।

Related Posts

About The Author

Add Comment