ସୁନ୍ଦରଗଡ: ଚୋରା କାଠୋ ବୋଝେଇ ଟ୍ରକ  ଜବତ

Spread the love

ସୁନ୍ଦରଗଡ ୩୦/୦୧/୨୦୨୦ ( ସନ୍ଧାନ ନିଉଜ/ଶୁଭ୍ରାଂଶୁ ପଣ୍ଡା ) ସୁନ୍ଦରଗଡ ଜିଲ୍ଲା ୧୪୩ ନମ୍ବର ଜାତୀୟ ରାଜପଥ ଲାଠିକଟା ନିକଟରେ ଏକ କାଠଗଣ୍ଡି ବୋଝେଇ ଟ୍ରକ ଜବତ ହୋଇଛି  l ମିଳିଥିବା ସୂଚନା ଅନୁସାରେ  ଗୋଟିଏ ଟ୍ରକରେ କିଛି ଚୋରା କାଠ ଚାଲାଣ ହେଉଥିବା ନେଇ ବନବିଭାଗକୁ ସୂଚନା ମିଳିଥିଲା l ଲାଠିକଟା ବନବିଭାଗ ଏବଂ ପୋଲିସ ର ମିଳିତ ଉଦ୍ୟମରେ କାଠ ବୋଝେଇ ଟ୍ରକ କୁ ଜବତ କରାଯାଇଥିଲା I ସୂଚନା ଅନୁସାରେ  ଟ୍ରକ (JH 05 AE 2505) ଯୋଗେ କାଠ ଚୋରା ଚାଲାଣ ହେଉଥିବା ସମୟରେ ଟ୍ରକକୁ ଲାଠିକଟା ନିକଟରେ ଅଟକାଯାଇଥିଲା ,ଧରା ପଡିବା ପରେ ଗାଡି ଚାଳକ ଫେରାର ହୋଇ ଯାଇଥିଲା ,କିନ୍ତୁ ଗାଡି ର ହେଲର ନିଆଁମୁଦ୍ଦିନ ଅଲ୍ଲୀ କୁ ଗିରଫ କରା ଯାଇ ୩୪ ଖଣ୍ଡ ଶାଳକାଠ ଗଣ୍ଡି ଜବତ କରା ଯାଇଥିଲା I ସେ ପଶ୍ଚିମବଙ୍ଗ ର ବାସିନ୍ଦା ଏବଂ  ଉକ୍ତ ଟ୍ରକ ରେ ଝାରଖଣ୍ଡ ରୁ ପଶ୍ଚିମବଙ୍ଗ କୁ କାଠ ଚୋରାଚାଲାଣ ହେଉଥିଲା ବୋଲି ଜଣା ପଡିଛି I ଜବତ କାଠ ର ମୂଲ୍ୟ ପ୍ରାୟ ପାଞ୍ଚଲକ୍ଷ ଟଙ୍କା ରୁ ଉର୍ଦ୍ଧ  ହେବ ବୋଲି ଜଣା ପଡିଛି I

Related Posts

About The Author

Add Comment