ସୁନା ଖଣି ଭୁଶୁଡିଲା, ୩୦ ଶ୍ରମିକଙ୍କ ମୃତ୍ୟୁ, ୧୫ ଆହତ

Spread the love

କାବୁଲ, ୬/୧ (ସନ୍ଧାନ ନିୟୁଜ) : ଆଫଗାନିସ୍ତାନ କୋହିସ୍ତାନ ଜିଲ୍ଲା (ଆଫଗାନିସ୍ତାନର ଉତ୍ତର ପୂର୍ବରେ ଅବସ୍ଥିତ)ର ବାଦାଖଶାନସ୍ଥିତ ସୁନାଖଣିରେ ରବିବାର ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ଏହି ଘଟଣା ସକାଳ ୧୧ଟା ସମୟରେ ଘଟିଛି, ଯେତେବେଳେ ଶ୍ରମିକମାନେ ନିଜନିଜ କାମରେ ବ୍ୟସ୍ତ ଥିଲେ। ଗୁରୁତରଙ୍କ ଅବସ୍ଥା ଏବେ ବି ଗମ୍ଭୀର ଥିବା ଡାକ୍ତର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଆଫଗାନିସ୍ତାନର ଉତ୍ତର ପୂର୍ବରେ ଅବସ୍ଥିତ କୋହିସ୍ତାନ ଜିଲ୍ଲାର ବାଦାଖଶାନକୁ ସେଠାକାର ଗ୍ରାମବାସୀ ସୁନାର ସନ୍ଧାନ ପାଇଁ ଏକ ନଦୀ କୂଳରେ ୬୦ ମିଟର ଗଭୀର ଗାତ ଖୋଳିଥିଲେ। ଏହି ଗାତ ଭୁଶୁଡି ପଡିବା ହେତୁ ଗ୍ରାମବାସୀ ସେଥିରେ ଫସିଯାଇଥିଲେ।  ସେଥିରୁ ବାହାରିବା କଷ୍ଟକର ହୋଇ ପଡିଥିଲା। ଫଳରେ ଗାତରେ ପଡ଼ି ଘଟଣାସ୍ଥଳରେ ହିଁ ୩୦ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହି ଦୁର୍ଘଟଣା ଖବର ପାଇବା ପରେ ଦୁର୍ଘଟଣା ସ୍ଥଳକୁ ଉଦ୍ଧାର କାର୍ଯ୍ୟ ପାଇଁ ଉଦ୍ଧାରକାରୀ ଦଳକୁ ପଠାଯାଇଛି। ଗ୍ରାମବାସୀ ଗାତରୁ ମୃତ ଶରୀରକୁ ବାହାର କରିବା ଆରମ୍ଭ କରି ଦେଇଛନ୍ତି ।

Related Posts

About The Author

Add Comment