ସୁଦାନରୁ ଫେରିଲେ ଓଡ଼ିଆ ପୁଅ : ସରକାରଙ୍କୁ ଦେଲେ ଧନ୍ୟବାଦ

Spread the love

ଭୁବନେଶ୍ୱର ୧୭/୧୨/୨୫ (ସନ୍ଧାନ ନ୍ୟୁଜ ) : ସୁଦାନରୁ ଫେରିଲେ ଓଡ଼ିଆ ପୁଅ। ଭାରତର ଅପରେସନ ହେଲା ସଫଳ। ବିଗତ ୪୫ ଦିନ ଧରି ସୁଦାନରେ ଫସି ରହିଥିବା ଓଡ଼ିଆ ପୁଅ ନିଜ ଜନ୍ମ ମାଟି ଓଡ଼ିଶାକୁ ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ସୁଦାନରୁ ଫେରିବା ପରେ ପୁଅକୁ ଦେଖି ଭାବବିହ୍ୱଳ ହୋଇଯାଇଥିଲେ ଆଦର୍ଶ। ଏପରିକି ତାଙ୍କୁ ଓଡିଶାକୁ ଫେରାଇ ଅଣିଥିବାରୁ ସେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।  ସୂଚନା ଅନୁସାରେ, ୨୦୨୨ରେ ସୁଦାନର ଦର୍ଫୁର ଷ୍ଟେଟରେ ଥିବା ଅଲ୍ ଫାସିର ନାମକ ସ୍ଥାନରେ ଏକ ପ୍ଲାଷ୍ଟିକ କଂପାନୀରେ କାମ କରୁଥିଲେ। ସେଠାରେ ଗୃହଯୁଦ୍ଧ ଭୟଙ୍କର ରୂପ ନେବାରୁ କଂପାନୀ ବନ୍ଦ ହୋଇଯାଇଥିଲା। ସୁଦାନରେ ଫସିଯାଇଥିବାରୁ ଉଦ୍ଧାର ପାଇଁ ଆଦର୍ଶ ଏକ ଭିଡିଓ ମାଧ୍ୟମରେ ନିବେଦନ କରିଥିଲେ। ସେହି ଭିଡିଓକୁ ଦେଖି ତାଙ୍କୁ ଆତଙ୍କୀ ସଂଗଠନ ଆରଏସଏଫ ଅପହରଣ କରିନେଇଥିଲା। ଅପହରଣ ବେଳେ ବହୁତ ମାଡ଼ ମାରିଥିଲେ। ୨ରୁ ୩ ଦିନ ଜଙ୍ଗଲରେ ଅନେକ ଯନ୍ତ୍ରଣା ଦେଇଥିଲେ। ଏପରିକି ତାଙ୍କୁ ସେଠାରୁ ନେଇ ଏକ ଜେଲରେ ମଧ୍ୟ ଅକଥନୀୟ ଅତ୍ୟାଚାର କରାଯାଇଥିଲା।  ଏହାପରେ ଆତଙ୍କୀମାନେ ପରିବାର ଲୋକଙ୍କ ପାଖକୁ ଆଦର୍ଶଙ୍କୁ ଜଙ୍ଗଲରେ ନେଇ ରଖିଥିବା ଭିଡିଓଟି ପଠାଇଥିଲେ।  ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ପରିବାର ଲୋକ। ଏହାପରେ ତାଙ୍କ ପରିବାର ପୁଅକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ। ଗଣମାଧ୍ୟମରେ ଏ ସମ୍ପର୍କରେ ଜାଣିବା ପରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ ରାଜ୍ୟ ସରକାର। ଏ ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୁଇନ୍ଦା ବିଭାଗ ମହାନିର୍ଦ୍ଦେଶକ ଆଦର୍ଶଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିଥିଲେ।  ଆଦର୍ଶ ରାତିରେ ଆବୁଧାବିରୁ ବିମାନ ଯୋଗେ ହାଇଦ୍ରାବାଦ ଆସିଥିଲେ। ଏହାପରେ ଭୁବନେଶ୍ବର ବିମାନବନ୍ଦରରେ ଆଜି ସକାଳ ୮.୩୦ରେ ପହଞ୍ଚିଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ନିଜ ପୁଅକୁ ଦେଖି ଭାବବିହ୍ୱଳ ହୋଇଯାଇଥିଲେ ଆଦର୍ଶ। ତେବେ ଆଦର୍ଶ ଓଡିଶା ଫେରିବା ପରେ ବେଶ ଖୁସି ଅଛନ୍ତି ପରିବାରେ ଲୋକେ।

Related Posts

About The Author

Add Comment