ସିଲେଇ ଦେଲା ରୋଜଗାର, ଆତ୍ମନିର୍ଭର ଶୀଳ ହେଲେ ସବିତା

Spread the love

ବଡ଼ଚଣା /୧୭/୧୧/ସନ୍ଧାନ ନିଉଜ୍/ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ ହୋଇପାରେ । ଏଭଳି କିଛି ଇଚ୍ଛା ଶକ୍ତି ନେଇ ବଡଚଣା ବ୍ଲକ ର ବାଲିଚନ୍ଦ୍ରପୁର ଗ୍ରାମର ସବିତା ବେହେରା ନିଜେ ଆତ୍ମନିର୍ଭର ହେବା ସହିତ ଅନେକ ମହିଳା ମାନଙ୍କୁ ଯୋଗାଇ ଦେଛନ୍ତି ନିଯୁକ୍ତି।  ଛୋଟ ଦୋକାନ କରି ଘର ଚଳାଉ ଥିଲେ ସ୍ୱାମୀ ରଞ୍ଜନ ବେହେରା ।  ହେଲେ କୋରନା କଟକଣା ଛଡାଇନେଲା ରୋଜଗାର । ଘର ଚଲେଇବା ପାଇଁ ଅର୍ଥ ସାଜିଲା ବାଧକ ।ଘରର ଏଭଳି ପରିସ୍ଥିତି ରେ , ଏହି ଅସୁବିଧା କୁ ସୁବିଧା ରେ ପରିଣତ କରିବା ପାଇଁ ଅଣ୍ଟା ଭିଡିଥିଲେ   ସବିତା ବେହେରା । ଆଗରୁ ଶିଖିଥିବା ସିଲେଇ କୌଶଳ ଓ ସ୍ଥାନୀୟ ମହିଳା ମାନଙ୍କ ସହଯୋଗ ରେ ଆରମ୍ଭ କଲେ , ଚାନ୍ଦୁଆ ,ବିବାହ ବେଦୀ , ବାହାଘର  ଓ ଠାକୁରଙ୍କ ପ୍ରତ୍ୟକ କାମରେ ବେବ୍ୟହାର ହେଉଥିବା ରଙ୍ଗ ବେରଙ୍ଗର ବସ୍ତ୍ର , ସହିତ ଘର ସଜା ସାମଗ୍ରୀ ପ୍ରସ୍ତୁତ କରିବା ,ଏହା ର ଚାହିଦା ବଜାରରେ ରହିଥିବାରୁ ,ତାଙ୍କ ହାତ ତିଆରି ଏହି ସବୁ ବସ୍ତ୍ର ସ୍ୱାମୀ ରଞ୍ଜନ ବେହେରା ଙ୍କ ସହଯୋଗରେ ଯାଜପୁର  ,କଟକ ଓ କେନ୍ଦ୍ରାପଡ଼ା ବହୁ ବେବ୍ୟସାହି ଙ୍କୁ ପଠାଯାଏ । ମାତ୍ର ୨୦ ହଜାର ଟଙ୍କା ବିନିଯୋଗରେ ବ୍ୟବହାର କରିଥିବା  ଏହି ବେବ୍ୟସାୟା   ଯାହାକୁ ନେଇ ଏବେ ସେ ହୋଇପାରିଛନ୍ତି ସଫଳ    ସେ କୁହନ୍ତି କି ! ମହିଳା ମାନେ କାହା ଉପରେ ବୋଝ ନ ହୋଇ ନିଜେ ଦୃଢ ଇଚ୍ଛା ଶକ୍ତି ଥିଲେ ସ୍ୱାବଲମ୍ବୀ ହୋଇପାରିବା ସହ ଆର୍ଥିକ ସ୍ତରରେ ମନ୍ଦ୍ୟ ସୁଦୃଢ ହୋଇ ପାରିବେ ।  ତେବେ ଏହା ପାଇଁ ଯଦି ସରକାରୀ ସ୍ତର ରେ ତାଙ୍କୁ କିଛି ପ୍ରୋତ୍ସାହନ ଯୋଗାଇ ଦିଆଯାଆନ୍ତା ତେବେ ସେ ଆହୁରୁ  ଅନେକ ମହିଳା ମାନଙ୍କୁ ଆତ୍ମନିର୍ଭର ଶୀଳ କରିପରନ୍ତେ ବୋଲି କହିଛନ୍ତି ।

Related Posts

About The Author

Add Comment