ସିଭିଲ ଲିବରଟି ଫୋରମର ବୈଠକ

Spread the love

ବଡଚଣା (ସନ୍ଧାନ ନୁ୍ୟଜ୍/ଆର୍ତତାଣ ସାହୁ): ଓଡିଶା ସିଭିଲ ଲିବରଟି ଫୋରମ ପକ୍ଷରୁ ରବିବାର ଚଣ୍ଡିଖୋଲ ଛକଠାରେ ଯାଜପୁର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଫୋରମର ଅଧ୍ୟକ୍ଷ ମେରୁସାଗର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲାରେ ଫୋରମର ନୃତନ କାର୍ଯ୍ୟକର୍ତ୍ତା ଚୟନ କରାଯିବା ଜିଲାରେ ସୃଷ୍ଟି ହେଉଥିବା ଆଇନଗତ ସମସ୍ୟାକୁ କିପରି ସମାଧାନ କରାଯାଇପାରିବ ସେ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା । ଏଥିରେ ଓଡିଶା ହାଇକୋର୍ଟ ଲିଗାଲ ସେଲର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଆଇନଜୀବୀ ଯଜ୍ଞପ୍ରକାଶ ପରିଡାଙ୍କ ନେତୃତ୍ୱରେ ଆସିଥିବା ଜିଲାର ବହୁ ବ୍ୟକ୍ତିଙ୍କୁ ବୈଠକରେ ଫୋରମର ଦାୟୀତ୍ୱ ବଣ୍ଟନ କରାଯାଇଥିଲା । ସର୍ବସମ୍ମତି କ୍ରମେ ଯାଜପୁର ଜିଲା କାର୍ଯ୍ୟକାରୀ ସଭାପତି ଭାବେ ଦିପକ କୁମାର ଚୌଧୁରୀଙ୍କୁ ମନୋନୀତ କରାଯାଇଥିବା ବେଳେ ରାଜିବ କୁମାର ନାୟକଙ୍କୁ ଜିଲା ସଂଯୋଜକ ଭାବେ ମନୋନୀତ କରାଯାଇଛି । ଫୋରମର କାର୍ଯ୍ୟକ୍ରମକୁ ସାଧାରଣଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରତ୍ୟେକ ମାସରେ ବୈଠକ ଡକାଯିବ ଏବଂ ସାଧାରଣଲୋକ ମାନେ ବିଭିନ୍ନ ଆଇନଗତ ସମସ୍ୟାରେ ପଡି ହଇରାଣ ହରକତ ହେଉଛନ୍ତି । ସମସ୍ୟାର ସମାଧାନ କିପରି ହୋଇପାରିବ ଫୋରମର ମୂଳଲକ୍ଷ୍ୟ ବୋଲି ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ପ୍ରକାଶ କରିଛନ୍ତି । ଏଥିରେ ବଡଚଣା ମିଡିଆସେଲର କର୍ମକର୍ତ୍ତାଙ୍କ ସହ ଧର୍ମଶାଳା ବ୍ଲକର ଅଣ୍ଟିଆ,ମହିସରା,ମର୍ଜ୍ଜିତାପୁର,ଜେନାପୁର ଏବଂ ବଡଚଣା ବ୍ଲକର ବଡଘୁମୁରୀ,କୁନ୍ଦଳ,ବନ୍ଦାଳୋ,ଖଇରା,ବଡଚଣା ଆଦି ପଞ୍ଚାୟତର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Related Posts

About The Author

Add Comment