ସିନେମା ଷ୍ଟାଇଲ୍‌ରେ ଆସି ସ୍କୁଲ ସମ୍ମୁଖରୁ ଶିଶୁକୁ ଅପହରଣ କଲେ ତିନ ମହିଳା

Spread the love

ସୋର, ୨୩/୭ (ସନ୍ଧାନ ନିୟୁଜ ): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସୋର ଥାନା ଅଧିନ ଖରାସାହପୁର ଗ୍ରାମରେ ସୋମବାର ଅପରାହ୍ନରେ ଏକ ଆଶ୍ଚର୍ଯ୍ୟଚନକ ଅପହରଣ ଘଟଣା ଘଟିଛି। ସ୍କୁଲ ସମ୍ମୁଖରୁ ଦ୍ୱିତୀୟ ଶ୍ରେଣୀ ଛାତ୍ରକୁ ତିନିଜଣ ମହିଳା ଅପହରଣ କରି ନେଇଥିବା ଶିକ୍ଷୟିତ୍ରୀ ଓ ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି। ଅପହୃତ ଛାତ୍ର ଜଣକ ଖରାସାହାପୁର ଗାଁର ଶଙ୍କରପଦା ବାସିନ୍ଦା ସୂର୍ଯ୍ୟକାନ୍ତ ମହାଳିକଙ୍କ ପୁଅ ଶୁଭଙ୍କ (୭) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଖରାସାହାପୁର ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ୁଥିବା ଶୁଭଙ୍କର ସବୁଦିନ ପରି ଆଜି ସ୍କୁଲ ଯାଇଥିଲା। ଅପରାହ୍ନ ୪ଟାରେ ସ୍କୁଲ ଛୁଟି ପରେ ସମୟରେ ପିଲା ଧାଡିରେ ସ୍କୁଲରୁ ବାହାରିଥିଲେ। ସ୍କୁଲ ଶିକ୍ଷୟିତ୍ରୀ ମଧ୍ୟ ଫାଟକ ନିକଟରେ ଛିଡା ହୋଇଥିଲେ। ଏହି ସମୟରେ ଆକସ୍ମିକ ଏକ ଚାରି ଚକିଆ କମାଣ୍ଡର ଗାଡ଼ି ସ୍କୁଲ ନିକଟରେ ଅଟକିଥିଲା। ଗାଡ଼ିରେ ପୁରୁଷ ଓ ମହିଳା ଥିଲେ। ତେବେ ତିନିଜଣ ମହିଳା ଗାଡ଼ିରୁ ଓହ୍ଲାଇ କେହି କିଛି ବୁଝିବା ପୂର୍ବରୁ ଶୁଭଙ୍କରଙ୍କୁ ଟେକି ନେଇଥିଲେ। ଶିକ୍ଷୟିତ୍ରୀ ସେମାନଙ୍କୁ ଅଟକାଇଥିଲେ ହେଁ ଛୁରୀ ଦେଖାଇ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ

ଶିକ୍ଷୟିତ୍ରୀ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ପରିବାର ଲୋକେ ଏନେଇ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ପୁଲିସ ଶୁଭଙ୍କର କିମ୍ବା ଅଭିଯୁକ୍ତଙ୍କ ପତ୍ତା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ପାଇ ପାରି ନଥିଲା। ସ୍ଥାନୀୟ ଅଞ୍ଚଳରେ ଏଭଳି ଘଟଣା ପ୍ରଥମ ଥର ଘଟିଥିବା ବେଳେ ଅଭିଭାବକ ମହଲରେ କୋକୁଆ ଭୟ ଖେଳି ଯାଇଛି।

Related Posts

About The Author

Add Comment