ଭୁବନେଶ୍ୱର, ୦୮/୦୭ (ସନ୍ଧାନ ନିଉଜ) ରାଜ୍ୟର ଅଗ୍ରଣୀ ସମାଜିକ ସଂଗଠନ “ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ, ଓଡ଼ିଶା(ବିସିଟି) ପକ୍ଷରୁ ଅନଲାଇନ ଆଲୋଚନା ଚକ୍ର ଟ୍ରଷ୍ଟର ସଭାପତି ଇଂ.ବିମଳ ଚନ୍ଦ୍ର ଦାସଙ୍କ ଅଧକ୍ଷତାରେ ବିଭିନ୍ନ ଶାଖାର ସଦସ୍ୟ ମାନଙ୍କୁ ନେଇ ଅନୁଷ୍ଠିତ ହୋଇ କରୋନା ମହାମାରୀ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ରକ୍ତଦାନ ସେଵା, ବିଶୋଧନ କାର୍ଯ୍ୟକ୍ରମ,କରୋନା ସଚେତନତା, ବୃକ୍ଷରୋପଣ,ନୋଜ ମାସ୍କ ଓ ସାନିଟାଇଜର ବଣ୍ଟନ ଆଦି ସମସ୍ତ ସେବାକୁ ଆହୁରି ତ୍ୱରାନ୍ୱିତ କରାଯିବକୁ ନିଷ୍ପତ୍ତି ନିଆଯାଇଛି ! ଏହି ମହତ ଚିନ୍ତା ଚେତନାକୁ ନେଇ ଅନୁଷ୍ଠିତ ହୋଇଥିବା ଆଲୋଚନା ଚକ୍ରରେ ଟ୍ରଷ୍ଟ ର ସମ୍ପାଦକ ପ୍ରିନ୍ସ ନନ୍ଦ,କୁନା ପଣ୍ଡା,ସହସମ୍ପାଦକ ଇଂ.ଅଭିଳାଷ ଦାସ,ଦିଲ୍ଲୀ ଶାଖା ସଂଯୋଜକ ପବିତ୍ର ଜେନା,କଟକ ଶାଖା ସଂଯୋଜକ ବସନ୍ତ ଭାସୁ,ତୁଷାର ଶାନ୍ତି,କୁନମୁନ ଶାନ୍ତି, ପିପିଲି ଶାଖା ସଂଯୋଜକ ହେମନ୍ତ ଦାସ,ସମାଜସେବୀ ବିକାଶ ବିଶ୍ୱାଳ,ସମ୍ବଲପୁର ଶାଖା ସଂଯୋଜକ ଶିବ ସାମଲ ଆଦି କର୍ମକର୍ତ୍ତା ଵର୍ଗ ଭାଗନେବା ସହ ସେଵା କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାକୁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି !ଏହି ପରିପ୍ରେକ୍ଷୀରେ ସହସମ୍ପାଦକ ସୁରଜ ବେହେରା, ସାଂକୃତିକ ସମ୍ପାଦକ ଶିବ ପ୍ରସାଦ ଦାସ ଗଣମାଧ୍ୟମ, ଗଣମାଧ୍ୟମ ପ୍ରତିନିଧି, ସ୍ୱାସ୍ଥ୍ୟକର୍ମୀ,ପ୍ରଶାସନ, ସମସ୍ତ ସ୍ୱେଚ୍ଛାସେବୀ ବର୍ଗ ଆଦି ସମାଜର ଏହି ଦୁର୍ଦିନରେ ଅକୁଣ୍ଠ ସହଯୋଗ,କର୍ମପନ୍ଥା, ବିଚାରଧାରା ଆମପାଇଁ ଉଦାହରଣୀୟ ଓ ପ୍ରେରଣାର ଉତ୍ସ ବୋଲି ମତପୋଷଣ କରିଛନ୍ତି !
ବିସିଟି ପକ୍ଷରୁ ବିଭିନ୍ନ ସେଵା କାର୍ଯ୍ୟସୂଚୀ ନିମନ୍ତେ ଅନଲାଇନ ଆଲୋଚନା ଚକ୍ର
|
July 9, 2020 |



