ତୁମୁଡିବନ୍ଧ, ୧୩/୧୨ (ସନ୍ଧାନ ନିଉଜ) : କନ୍ଧମାଳ ଜିଲା ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଲକ୍ଷ୍ମୀଧର ବେହେରା ଶୁକ୍ରବାର ତୁମୁଡିବନ୍ଧ ବ୍ଲକ ଗସ୍ତରେ ଆସି ମେଡିକାଲ କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଥିଲେ। ସେଠାରେ କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବ୍ଲକର ସମସ୍ତ ସିଆରସିସିଙ୍କୁ ପାଠ ପଢାଇବା ସହ କିଛି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପାଠ ମଧ୍ୟ ପଚାରିଥିଲେ। ଇଂରାଜୀ ବିଷୟରେ ପ୍ରାଞ୍ଜଳ ଭାବେ ବ୍ୟାକରଣ, ଉଚ୍ଚାରଣ, ବ୍ୟାକରଣର ବ୍ୟବହାର ସମ୍ପର୍କରେ ବୁଝାଇଥିଲେ। ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀଙ୍କ ସହ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧବ ଚରଣ ନାୟକ, ବି ଆର ସି ସି ଗଣେଶ୍ୱର ନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନାରାୟଣ ମିଶ୍ର, ପୁରୁଷୋତ୍ତମ ବଶ୍ୱାଳଙ୍କ ସହ ତୁମୁଡିବନ୍ଧ ବ୍ଲକର ସମସ୍ତ ସିଆରସିସି ଉପସ୍ଥିତ ଥିଲେ। ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶ୍ରୀ ବେହେରା ଦୀର୍ଘ ସମୟ ପର୍ୟ୍ୟନ୍ତ ପାଠ ପଢ଼ାଇବା ସହ କୁନି କୁନି ପିଲାମାନଙ୍କ ସହ ପ୍ରଶ୍ନ ଉତ୍ତର କାର୍ୟ୍ୟକ୍ରମ ଚଳାଇଥିଲେ।
ସିଆରସିସି ଓ ଶିକ୍ଷକଙ୍କୁ ପାଠ ପଢ଼ାଇଲେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ
|
December 13, 2019 |