ସାହତ୍ୟିକ ଶ୍ରୀକୃଷ୍ଣ ସାମଲଙ୍କ ବିୟୋଗରେ ଶୋକ

Spread the love

ମୟୂରଭଞ୍ଜ ତା:୨/୭/୨୦୨୧ (ସନ୍ଧାନ ନିଉଜ) ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗରେ ଲେଖନୀ ଚାଳନା କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ମୟୂରଭଞ୍ଜର ଗର୍ବ ଓ ଗୌରବ ଶ୍ରୀକୃଷ୍ଣ ସାମଲଙ୍କ ବିୟୋଗରେ ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି । ଓଡ଼ିଶାର ବହୁ ସୂନାମଧନ୍ୟ ପତ୍ର ପତ୍ରିକାରେ ତାଙ୍କର ନିୟମିତ ବହୁ ମୂଲ୍ୟବାନ ଲେଖା ପ୍ରକାଶ ପାଇ ପାଠକୀୟ ସ୍ୱୀକୃତି ଲାଭ କରୁଥିବା ବୋଲି ସଂସଦର ସଭାପତି ଡ଼. ସରୋଜ କୁମାର ନାୟକ, ସମ୍ପାଦକ ଅମିତାଭ ମିଶ୍ର, ସଦସ୍ୟ ଅଧ୍ୟାପକ ଅଶୋକ ପୁଷ୍ଟି, କବୟିତ୍ରୀ ସୁନୀତାରାଣୀ ପ୍ରମୁଖ ମତବ୍ୟକ୍ତ କରିଛନ୍ତି । ଜଣେ ଶିକ୍ଷକ ଭାବରେ ମଧ୍ୟ ସମାଜରେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ । ବହୁ ସମ୍ନାନର ଅଧିକାରୀ ସ୍ୱର୍ଗତ ସାମଲଙ୍କ କୃତିତ୍ୱ ଆଗାମୀ ଦିନର ଯୁବ ସାହିତ୍ୟିକଙ୍କ ପାଇଁ ପ୍ରେରଣା ର ଉତ୍ସ ହୋଇ ରହିବ ବୋଲି ମତପ୍ରକାଶ ପାଇଛି ।

Related Posts

About The Author

Add Comment