ସାଳନ୍ଦୀ-ନାଳିଆ ଓ ରେବ-କପାଳୀ ସଂସ୍କାର ଯୋଜନାରେ ଜାତୀୟ ମାନବାଧିକାର ଆୟୋଗଙ୍କ ତଦନ୍ତ

Spread the love

ଭଦ୍ରକ, ୪/୬ (ସନ୍ଧାନ ନିୟୁଜ/ରମେଶ ନାୟକ) ଜୁନ୍ ୫, ୬ ଏବଂ ୭ ତାରିଖରେ ଜାତୀୟ ମାନବାଧିକାର ଆୟୋଗଙ୍କ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀଯୁକ୍ତ ବିଭୂତି ଭୂଷଣ ମିଶ୍ର ସାଳନ୍ଦୀ-ନାଳିଆ ଓ ରେବ-କପାଳୀ ସଂସ୍କାର ଯୋଜନାରେ ହୋଇଥିବା ମାନବାଧିକାର ଉଲଂଘନ ତଥା ପରିବେଶ ନଷ୍ଟ ଉପରେ ତଦନ୍ତ କରିବାକୁ ଭଦ୍ରକ ଆସୁଛନ୍ତି । ଉଲ୍ଲେଖଯୋଗ୍ୟ ଏହିକି ୨୦୦୮ ମସିହାରେ ଉପରୋକ୍ତ ·ରୋଟି ନଦୀ ସଂସ୍କାର ସମୟରେ ବ୍ୟାପକ ଅନିୟମିତତା ସମ୍ପର୍କରେ ମାନବାଧିକାର କର୍ମୀ ତଥା ସର୍ବୋଚ୍ଚ ନ୍ୟାୟାଳୟ ଆଇନଜୀବୀ ରାଧାକାନ୍ତ ତି୍ରପାଠୀ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଅନେକ ମାମଲା ଦାଏର କରିଥିଲେ । ଦୀର୍ଘ ଏକ ଦଶନ୍ଧିରୁ ଉଦ୍ଧ୍ୱର୍ ସଂଗ୍ରାମ ସମୟରେ ଦିଲ୍ଲୀରୁ ମାନ୍ୟବର ଆୟୋଗଙ୍କ ତରଫରୁ ·ରିଥର ଉଚ୍ଚସ୍ତରୀୟ ତଦନ୍ତ ହୋଇସାରିଛି । ଅଧିକାଂଶ କ୍ଷତିଗ୍ରସ୍ତ ଜନତାଙ୍କୁ କ୍ଷତିପୂରଣ ମିଳିଛି । ମାତ୍ର ଦଶବର୍ଷରୁ ଉଦ୍ଧ୍ୱର୍ ସମୟ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାହିଁକି ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତମାନଙ୍କ ମୌଳିକ ଅଧିକାରର ସୁରକ୍ଷା କରାଯାଇପାରିନାହିଁ, ସେ ନେଇ ମାନ୍ୟବର ଆୟୋଗ ତାଙ୍କ ତରଫରୁ ଶ୍ରୀଯୁକ୍ତ ମିଶ୍ରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।

Related Posts

About The Author

Add Comment