ଧର୍ମଶାଳା, ୦୧/୦୬ (ସନ୍ଧାନ ନିୟୁଜ) ଧର୍ମଶାଳା ଥାନା ଅଧିକାରୀ ଏତେ ପାରଙ୍ଗମରେ ଧର୍ମଶାଳା ଥାନା ଅଂଚଳରେ ଚୋରା ମଦର ବନ୍ୟ ହେବାରେ ଲାଗିଛି । ଏପରକି ମଦ ମାଫିଆ ମାନେ ରାତିରେ ଟ୍ରିଫ ଟ୍ରିଫ ମଦ ନେଇ ବିକି୍ର କରୁଥିବା ବେଳେ ଏସବୁ ଫଛରେ ଧର୍ମଶାଳା ଥାନାର ବରିଷ୍ଠ ଅଧିକାରୀଙ୍କ ହାତ ରହିଥିବା ଏକ ସ୍ୱତନ୍ତ୍ର ସନ୍ଧାନରେ ଜଣାପଡିଛି ।ସାରୋଇରେ ଏହି ମଦ ମାଫିଆ ମାନେ ପୋଲିସ ସହିତ ହାତ ମିଳାଇ ବେପାର କରୁଥିବା ବେଶ ଚର୍ଚ୍ଚା ଚାଲିଛି | ଏପରକି ଥାନା ଅଧିକାରୀଙ୍କ ଜ୍ଞାତସାରରେ ମଦର ପ୍ରସାର ଚାଲିଛି । ଏହି କଥା ଧର୍ମଶଳା ଥାନା ଅଧିକାରୀଙ୍କ ଜଣାଇବା ପରେ ମଧ୍ୟ ନାମକୁ ମାତ୍ର ଲୋକଦେଖାଣିଆ ଚଢ଼ାଉ କରିଦେଇ ନିଜର ପକେଟ ଗରମ କରୁଥିବା ବାବୁ ଜଣଙ୍କ କେମିତି ଏସବୁର ପ୍ରଛଦ ପଟରେ ରହିଛନ୍ତି ତାହାର କିଛି ଫୋଟ ସୁଟ କରିଥିବା ଜଣେ ବ୍ୟକ୍ତିଙ୍କ ପାଖରେ ରହିଥିବା ବେଳେ ତାହା ଆଜି ଗଣମାଧ୍ୟମ ହାତରେ ଲାଗିଛି । ଏସୁବ ଚୋରା ମଦ ହୋଇଥିବା ବେଳେ ଟ୍ରିଫ ଟ୍ରିଫ କିପରି ଲୋଡ ଅନଲୋଡିଂ ହୋଇ ଚାଲାଣ ହେଉଛି ତାହା ବେଶ ଜଣାପଡଇଛି । ଗୋଟିଏ ଘଟଣାକୁ ନେଇ ଥାନା ଅଧିକାରୀଙ୍କ ସାବଷି ଦେବାପାଇଁ କଛି ମୁଷ୍ଟିମେୟ ଏବଂ ମାଫିଆ ମାନେ ଫୋନ କରିବା ପରେ ଥାନା ଅଧିକାରୀଙ୍କ ଏମାନଙ୍କ ସହିତ କଣ ସମ୍ପର୍କର ଖୋଳତାଳ ହେବା ପରେ ଏଭଳି ଫୋଟର ସନ୍ଧାନ ମିଳିଛି । ଖୁବ ଶିଘ୍ର ଏସବୁ ଫୋଟ ଏବଂ ଅନ୍ୟ ଦସ୍ତାବିଜ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, ପୋଲିସ ଡିଜିି, ମୁଖ୍ୟ ଶାସନ ସଚିବ ସମେତ କେନ୍ଦ୍ରସରକାରଙ୍କ ନିକଟକୁ ଯିବ ବୋଲି ଏକ ସିଡି ପ୍ରସ୍ତୁତ ଚାଲିଛି । ଆଗକୁ ଫୋଟ ସହିତ ଖବର ବିସ୍ତୃତ ଭାବେ ପ୍ରକାଶ କରାଯିବ ।
ସାରୋଇରେ ମଦ ମାଫିଆଙ୍କ ରାଜ, ପୋଲିସ ସୁରକ୍ଷାରେ ହେଉଛି ଚାଲାଣ
|
June 1, 2020 |



