ଯାଜପୁର, ୨୦/୫/୨୦୨୧ (ସନ୍ଧାନ ନିଉଜ) : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ବାତ୍ୟାର ପୂର୍ବାନୁମାନ କରାଯାଇଥିବାରୁ ରାଜ୍ୟ ସରକାର ପ୍ରସ୍ତୁତିକୁ ଜୋରଦାର କରିଚ୍ଥନ୍ତି । ସେହି ଆଧାରରେ ଯାଜପୁର ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ମଧ୍ୟ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଅଚ୍ଥି । ଏ ସଂପର୍କରେ ଗୁରୁବାର ପୂର୍ବାହ୍ନରେ ଜୁମ୍ ମୋଡରେ ଏକ ବୈଠକ ଜିଲ୍ଳ୍ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବାତ୍ୟାର ସ୍ପଷ୍ଟ ଚିତ୍ର ଯଦିଓ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇନାହିଁ ତେବେ ଏଥିପାଇଁ ଗ୍ରାମ୍ୟ ସ୍ତରରୁ ବ୍ୟାପକ ପ୍ରସ୍ତୁତି ପାଇଁ ଜିଲ୍ଳ୍ାପାଳ ନିଦେ୍ର୍ଦଶ ଦେଇଥିଲେ । ବିଶେଷ କରି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ଅନୁଧ୍ୟାନ, ଆବଶ୍ୟକ ସ୍ଥଳେ ମରାମତି, ଆବଶ୍ୟକୀୟ ଦ୍ରବ୍ୟର ଉପଲବ୍ଧ, ଉପଲବ୍ଧ ଥିବା ବୋଟ୍ , ଆସ୍କା ଲାଇଟ ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକର ସ୍ଥିତି ନିରୀକ୍ଷଣ ପାଇଁ ପରାମର୍ଶ ଦେଇଥିଲେ । ଅଗ୍ନିଶମ ବିଭାଗ ନିଜର ଯନ୍ତ୍ରପାତି ସହ ପ୍ରସ୍ତୁତି ରହିବାକୁ ଜିଲ୍ଳ୍ାପାଳ ପରାମର୍ଶ ଦେଇଥିଲେ । ଯେଉଁ କୃଷକ ମାନଙ୍କର ବର୍ତ୍ତମାନ ଚାଷ କରିଥିବା ଧାନ ଓ ଅନ୍ୟାନ୍ୟ ପଂସଲ ଅମଳ ଯୋଗ୍ୟ ହୋଇଗଲାଣି ସେ ଗୁଡିକୁ ତୁରନ୍ତ ନିରାପଦ ସ୍ଥାନକୁ ଆଣିବା ସହ କୃଷି ବିଭାଗ ସମସ୍ତ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଦେବାକୁ ଜିଲ୍ଳ୍ାପାଳ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଳ୍ାର ୯ ଗୋଟି ବ୍ଳ୍କରେ ୨୬ ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳ ରହିଚ୍ଥି । ଏହି ଆଶ୍ରୟ ସ୍ଥଳ ଗୁଡିକୁ ପରିଷ୍କାର, ବିଦୁ୍ୟତ, ପାନୀୟ ଜଳ, ଖାଦ୍ୟର ବ୍ୟବସ୍ଥା କରାଯିବ । ଜିଲ୍ଳ୍ା ଓ ବ୍ଳ୍କ ସ୍ତରରେ ଚବିଶି ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା, ଆବଶ୍ୟକ ସ୍ଥଳେ ଅନ୍ୟାନ୍ୟ ଅସ୍ଥାୟୀ ରହଣି ସ୍ଥଳ କରାଯିବ । କରୋନା ଯେ ହେତୁ ଜାରି ରହିଚ୍ଥି ତେଣୁ ଯଥା ସମ୍ଭବ ମାର୍ଗଦର୍ଶିକାର ଅନୁପାଳନ ସହ କୋଭିଡ ଟେଷ୍ଟ କରାଇପାରିବା, ଉଦ୍ଧାର ଓ ଥଇଥାନ କାର୍ଯ୍ୟରେ ସେଚ୍ଚ୍ଥାସେବୀ ସଂଗଠନ ଓ ପଞ୍ଚାୟତ ଲୋକ ପ୍ରତିନିଧି ମାନେ ସହଯୋଗ କରିବେ । ଏହି କାର୍ଯ୍ୟରେ ଊଭୟ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ନିୟୋଜିତ କରିବା ପାଇଁ ସ୍ଥିର କରାଗଲା । ଶିଶୁ, ଗର୍ଭବତୀ ମହିଳା, ଭିନ୍ନକ୍ଷମ ମାନଙ୍କର ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କୁ ଯଥାଶିଘ୍ର ଉଦ୍ଧାର କରାଯିବ । ବାତ୍ୟା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ଚ୍ଥୁଟି ବାତିଲ କରାଗଲା । ତେଣୁ କୈାଣସି କର୍ମଚାରୀ ବିନା ଅନୁମତିରେ ସଦର ମହକୁମା ଚ୍ଥାଡିପାରିବେ ନାହିଁ । ବାତ୍ୟା ସଂପର୍କିତ ତଥ୍ୟକୁ ଜନହିତରେ ସାର୍ବଜନୀନ କରାଯିବ । ଗତ ବିପର୍ଯ୍ୟୟ ଭଳି ଆବଶ୍ୟକତା ପାଇଁ ନିରାପଦ ସ୍ଥାନରେ ଜେସିବି ଗୁଡିକ ରଖାଯିବ ଯାହା ପଂଳରେ ଗଚ୍ଥ ପଡିଲେ ବା କୈାଣସି ଠାରେ ରାସ୍ତା ଅବରୋଧ ହେଲେ ତୁରନ୍ତ ଅପସାରଣ କରାଯାଇପାରିବ । ବିଦୁ୍ୟତ ଓ ଯୋଗାଯୋଗ ବ୍ୟବସ୍ଥାକୁ ଯଥା ସମ୍ଭବ ଶିଘ୍ର ସଂଯୋଗର ପଦକ୍ଷେପ ନିଆଯିବ ଓ ବିକଳ୍ପ ବିଦୁ୍ୟତ ବ୍ୟବସ୍ଥା ପାଇଁ ଜେନ୍ସେଟ, ଆସ୍କା ଲାଇଟର ବ୍ୟବସ୍ଥା କରାଯିବା, ସରକାର ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଥିବାରୁ କ୍ଷତିଗ୍ରସ୍ତ ଅଞ୍ଚଳରୁ ଯଥାଶ୍ରଘ୍ର ଲୋକ ଓ ଜୀବ ଜନ୍ତୁଙ୍କୁ ନିରାପଦ ସ୍ଥାନକୁ ଅଣାଯିବାର ବ୍ୟବସ୍ଥା କରାଯିବ ବୋଲି ସ୍ଥିର ହେଲା । ଏହି ବୈଠକରେ ପ୍ରକଳ୍ପ ନିଦେ୍ର୍ଦଶକ ବିଶାଳ ସିଂ, ଏସ୍.ପି. ଋାହୁଲ ପି.ଆର., ଅତିରିକ୍ତ ଜିଲ୍ଳ୍ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ସାଧାରଣ ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି ଓ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ର, ଉପଜିଲ୍ଳ୍ାପାଳ ଜ୍ୟୋତି ଶଙ୍କର ମହାପାତ୍ର ଓ ଅନ୍ୟାନ୍ୟ ଜିଲ୍ଳ୍ା ସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ସାମ୍ଭାବ୍ୟ ବାତ୍ୟା ପାଇଁ ଜିଲ୍ଳ୍ା ପ୍ରଶାସନର ପ୍ରସ୍ତୁତି ।
|
May 20, 2021 |



