ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଏବଂ ଅଭିଯୋଗକାରିଙ୍କ ନିକଟରୁ ଲାଞ୍ଚ ନେବା ପୋଲିସ୍ ବାବୁଙ୍କୁ ପଡିଲା ମହଙ୍ଗା ନିଲମ୍ବିତ ହେଲେ ଏଏସଆଇ

Spread the love

ବାଲିଆପାଳ, ୦୯.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେବା ଏବଂ ପୋଲିସ୍ କ୍ଷମତାର ଅପବ୍ୟବହାର କରି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ନିଲମ୍ବିତ ହେଲେ ବାଲେଶ୍ବର ଜିଲ୍ଲା କମର୍କୀ ଥାନାର ଏଏସଆଇ ଭକୃହରି ପଟ୍ଟନାୟକ । ଏନେଇ ବାଲେଶ୍ବର ଏସପି ସୁଧାଶୁ ଶେଖର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଗତ  ୫ ତାରିଖରେ ଦୁଇଟି ପୃଥକ ମାମଲାର ତଦନ୍ତ କରିବା ପାଇଁ ଉଭୟଙ୍କ ଠାରୁ ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନାର ଏଏସଆଇ ଭକୃହରି ପଟ୍ଟନାୟକ ଦୁଇ ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକାରୀ ଭକ୍ତହରିଙ୍କ ସହ ଯୁକ୍ତ କରିବା ସମୟରେ ଗଣମାଧ୍ୟମ ପ୍ରତିନିଧୂମାନେ ଭିଡିଓ ଉତ୍ତୋଳନ କରୁଥିଲେ । ଏହି ସମୟରେ ଭକ୍ତହରି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହି ଘଟଣାରେ ବାଲେଶ୍ବର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସପି ମନୋରଞ୍ଜନ ସାମଲ ତଦନ୍ତ ପାଇଁ କମର୍ଲା ଥାନାରେ ପହଞ୍ଚିଥିଲେ । ଗଣମାଧ୍ୟମ ପ୍ରତିନିଧି, ଏବଂ ସମସ୍ତ ଅଭିଯୋଗକାରୀ ମାନଙ୍କୁ ତଦନ୍ତ ପରିସର କରାଯାଇଥିଲା । ତେବେ ଏହି ମାମଲାରେ କମର୍ଦ୍ଦା ଥାନା ଏଏସଆଇ ଭକ୍ତହରି ପଟ୍ଟନାୟକଙ୍କୁ ନିଲମ୍ବିତ କରାଯାଇଥିବା ବାଲେଶ୍ବର ଏସପି ସୁଧାଂଶୁ ଶେଖର ମିଶ୍ର ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ।

Related Posts

About The Author

Add Comment