ଯାଜପୁର ସଦର,: ୯/୪/୨୬ (ସନ୍ଧାନ ନ୍ୟୁଜ ) ପୁଣି ଥରେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଚଲରେ ଜଣେ ସାମ୍ବାଦିକ ଙ୍କ ଉପରେ ମରାନାନ୍ତ୍କକ ଆକ୍ରମଣ ହୋଇଛି ।ସୂଚନା ଅନୁସାରେ ସଂପ୍ରତି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଚଡେଇଧରା ଉପର ଛକ ଠାରେ ଯୁକ୍ତି ତର୍କ କୁ କେନ୍ଦ୍ର କରି ତା ୪/୪ /୨୬ ରିଖ ସନିବାର ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ପ୍ରଗତିବାଦୀ ର ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରତାପ ଦାସ ଙ୍କୁ ଲୁହା ରଂଗରେ ବାଡାଇ ମରଣାନ୍ତକ ଆକ୍ରମଣ କରାଯାଇଛି ।ପଞ୍ଜୀକୃତ ଏତଲା ଅନୁଯାୟୀ ଜଣେ ଅସାମାଜିକ ବ୍ୟକ୍ତି ପିତାମ୍ବର ପଣ୍ଡା ଙ୍କ ଘର ପୁରୁଣା ବ ଉଳମାଳ ପଞ୍ଚାୟତର ଇଚ୍ଛାପୁର ଗ୍ରାମରେ ।ସେ ଓ ତାଙ୍କର ସହଯୋଗୀ ସାମ୍ବାଦିକ ଶଙ୍କର ପ୍ରତାପ ଦାସ ଙ୍କ ଉପରେ ମରନାନ୍ତକ ଆକ୍ରମଣ କରିଥିବା ଜେନାପୁର ଥାନାରେ ଶଙ୍କର ପ୍ରତାପ ଦାସ ଲିଖିତ ଏତେଲା କରିଛନ୍ତି । ଜେନାପୁର ଥାନା କେଶ୍ ନଂ ୮୮/୨୦୨୬ ରେ ପଞ୍ଜୀକୃତ ହୋଇଥିବା ଜଣା ପଡ଼ିଛି । ଏ ସଂକ୍ରାନ୍ତ ରେ ଯାଜପୁର ଏସ ଡି ପି ଓ ଶରତ ପାତ୍ର କହିଛନ୍ତି ଆକ୍ରମଣ ଘଟଣା ଉପରେ ଆମେ କେଶ ପଞ୍ଜୀକୃତ କରିଛୁ ଖୁବଶୀଘ୍ର ଘଟଣା ଉପରେ ଆକ୍ସନ ହେବ । ଉକ୍ତ ଆକ୍ରମଣକାରୀ କୁ ତୁରନ୍ତ ଗିରଫ କରିବାକୁ ବୁଦ୍ଧିଜୀବୀ ଏବଂ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଦୃଢ଼ ଦାବି ହେଉଛି। ପୋଲିସ ତୁରନ୍ତ ଗିରଫ ନକଲେ ଆଗାମୀ ଦିନରେ ବିଭିନ୍ନ ସାମ୍ବାଦିକ ସଂଘ୍ ତରଫରୁ ଆନ୍ଦୋଳନ ଦାନା ବାନ୍ଧିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆପଣଙ୍କ ସ୍ୱର ଖବର କାଗଜ ର ପ୍ରତିଷ୍ଠାତା ସମ୍ପାଦକ ଅଜୟ କୁମାର ବେହେରା ପ୍ରକାଶ କରିଛନ୍ତି। ଆସାମୀ ମାନଙ୍କୁ ତୁରନ୍ତ ଗିରଫ ପାଇଁ ଜନସାଧାରଣ ରୁ ଦାବି ହେଉଛି ।
ସାମ୍ବାଦିକ ଉପରେ ମରାନାନ୍ତ୍କ ଆକ୍ରମଣ,ଥାନାରେ ଏତଲା ।
|
April 9, 2026 |



