ଯାଜପୁର ୨୪/୯/୨୬ (ସନ୍ଧାନ ନ୍ୟୁଜ) ବିଧାୟକ ତଥା ସେବକ ହିମାଂଶୁ ଶେଖର ସାହୁ ଜନସାଧାରଣ ଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରି ପ୍ରଶଂସିତ ହେଉଛନ୍ତି। ବିଧାୟକ ହେବା ପୂର୍ବରୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ କରି ବାତ୍ୟା, ବନ୍ୟା ରେ ପ୍ରପୀଡ଼ିତ ଲୋକ ମାନଂକୁ ସାହାଯ୍ୟ ସହଯୋଗ ର ହାତ ବଢ଼ାଇ ପ୍ରୀୟତା ଅର୍ଜନ କରିଥିଲେ ,ଜନସାଧାରଣ ଙ୍କ ସେବା ଯୋଗୁ ଧର୍ମଶାଳା, ରସୁଲପୁର ବ୍ଲକ ଅନ୍ତର୍ଗତ ପଂଚାୟତ ମାନଙ୍କରେ ଲୋକ ପ୍ରୀୟତା ବୃଦ୍ଧି ଘଟିଥିଲା, ବହୁ ସଂଖ୍ୟାରେ ଛାତ୍ର, ଯୁବକ, ବୟସ୍କ ଲୋକଙ୍କର ଅନୁରୋଧ ଯୋଗୁ ସେ ଧର୍ମଶାଳା ନିର୍ବାଚନମଣ୍ଡଳୀରୁ ବିଧାୟକ ଭବେ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ, ତାଙ୍କର ମୂଳ ଲକ୍ଷ ନିର୍ବାଚନ ମଣ୍ଡଳୀ କୁ ନୂତନ ଭାବେ ଗଢିବେ ସମସ୍ତ ଲୋକଙ୍କୁ ସାହାଯ୍ୟ କରିବେ। ସଧାରଣ ଖଟିଖିଆ, ମେହେନଟ ଲୋକ ମାନଂକ ପାଇଁ ଖାଦ୍ୟ ଯୋଗାଇ ଦେବାକୁ, ସେହି କାର୍ଯ୍ୟକୁ ଚଣ୍ଡିଖୋଲ ଛକ ନିକଟରେ ଥିବା ଧର୍ମଶାଳା ଭବନ ଅବସ୍ଥିତ, ସେଠାରେ ଥିବା ଏକ ଗୃହରେ ମାଗଣା ଖାଦ୍ୟ ବଣ୍ଟନ କେନ୍ଦ୍ର ଖୋଲିଛନ୍ତି , ସେଠାରେ ପ୍ରତିଦିନ ୧ହଜାର ଲୋକ ମାନେ ଖାଦ୍ୟ ଗ୍ରହଣ କରି ବିଧାୟକ ହିମାଂଶୁ ସାହୁ ଙ୍କ ପ୍ରଶଂସା କରୁଛନ୍ତି,, ସେହି ଖାଦ୍ୟ ବଣ୍ଟନ କେନ୍ଦ୍ରରେ ପ୍ରାୟ ୨୦ଜଣ କର୍ମଚାରୀ ରହି ଲୋକ ମାନଙ୍କ ସେବା କରୁଛନ୍ତି, ଦିଦ୍ୟିୟ ରେ ବିଧାୟକ ଶ୍ରୀ ସହୁ ରୋଗୀ ମାନଙ୍କୁ ଅଂଶୁମାନ ଟ୍ରଷ୍ଟ ପକ୍ଷରୁ ମାଗଣାରେ ଔଷଧ ଯୋଗାଇ ଦେଉଛନ୍ତି, କେଉଁ ଛାତ୍ର ଛାତ୍ରୀ ମାନେ ଅର୍ଥ ଅଭାବରୁ ଶିକ୍ଷା କ୍ଷେତ୍ରରେ ଆଗକୁ ଯିବା ସମ୍ଭବ ହେଇ ନାହିଁ, ସେମାନଙ୍କୁ ଆର୍ଥିକ ସହଯୋଗ କରି ସେମାନଙ୍କ ଦ୍ଵାରା ପ୍ରଶଂସାର ପାତ୍ର ହେଉଛନ୍ତି, ସଧାରଣ ଲୋକ ମାନଙ୍କ ଅଭିଯୋଗ ଶୁଣି ସମସ୍ୟାକୁ ଦୁରିଭୁଟ କରିବା ପାଇଁ ସମସ୍ତ ପଂଚାୟତ ମାନଙ୍କରେ ଜନଶୁଣାଣୀ ଶିବିର କରୁଛନ୍ତି, ଏହା ହେଉଛି ସେବକ ହିମାଂଶୁ ଶେଖର ସାହୁ ଙ୍କ ନିଜର ଜୀବନ ଶୈଳୀ କାର୍ଯ୍ୟକ୍ରମ ବୋଲି ସାଧାରଣରେ ଆଲୋଚନା ହେଉଛି
ସାଧାରଣ ଲୋକଙ୍କ ସେବା ରେ ବିଧାୟକ ତଥା ସେବକ ହିମାଂଶୁ ଶେଖର ସାହୁ
|
September 24, 2026 |



