ବାରିପଦା, ୨୭/୧୨/୨୦୨୦ (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା))-ମୟୁରଭଞ୍ଜ ଲୋକସଭା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସଂପାଦକ ଇଂ ବିଶେଶ୍ୱର ଭୁବନେଶ୍ୱର ଗସ୍ତ କାଳରେ ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର ବିଦ୍ୟାଭୂଷଣଙ୍କ ସହିତ ମୟୁରଭୁ ଜିଲାରେ ରେଳ ବିଭାଗର ସମସ୍ୟା ସହ ବିକାଶ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିବା ଜଣାଯାଇଛି । ଏହି ଅବସରରେ କରୋନା ମହାମାରୀ କାରଣରୁ ବନ୍ଦ ଥିବା ବାଙ୍ଗିରିପୋଷି-ଭୁବନେଶ୍ବର ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନକୁ ଅନ୍ତତଃ ୧୫ ଦିନ ପାଇଁ ଚାଲୁ କରାଯିବାର ଆବଶ୍ୟକତା ଦର୍ଶାଯାଇଛି । କାରଣ ଆଗାମୀ ମାସରେମୟୂରଭଞ୍ଜର ଗଣପର୍ବ ମକର ସଂକ୍ରାନ୍ତି ଉପଲକ୍ଷେ ଜିଲା ବାହାରେ ଥିବା ବିଭିନ୍ନ ବର୍ଗର ଲୋକେ ନିଜ ନିଜର ଘରକୁ ଫେରିଥାନ୍ତି । ତତ୍ସହିତ ପୁରୀ ଯାଉଥିବା ସାପ୍ତାହିକ ଟ୍ରେନକୁ କରୋନା ସମାପ୍ତ ହେବା ପରେ ସବୁଦିନ ପାଇଁ ଚଳାଚଳ କରାଯିବାକୁ କୁହାଯାଇଛି । ବାଙ୍ଗିରିପୋଷିଠାରେ ରେଲବାଇ ଗୋଡାଉନର ସୁବିଧା ନ ଥିବାରୁ ସବୁ ସାମଗ୍ରୀମାନ ଟ୍ରକ ମାଧମରେ ଟ୍ରାନ୍ସପୋର୍ଟ ଯୋଗେ ପରିବହନ ହେଉଥିବାରୁ ସବୁ ସାମଗ୍ରୀଗୁଡିକ ମୂଲ୍ୟ ଅତ୍ୟଧୁକ ରହୁଛି । ଏଣୁ ଜିଲାରେ ଗୋଡାଉନ ବ୍ୟବସ୍ଥା କରାଗଲେ ଅଳ୍ପ ଖର୍ଚ୍ଚରେ ସାମଗ୍ରୀ ମିଳି ପାରିବା ସହିତ ଜିଲାରେ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବା ସମ୍ଭବ ହୋଇ ପାରିବ । କେନ୍ଦୁଝର ତଥା ମୟୂରଭଞ୍ଜ ଜିଲାର ଗୋରୁମହିଷାଣୀ ଓ ବାଦାମପାହାଡ ଏବଂ ଝାଡ଼ଖଣ୍ଡର ଚାଇଁବସା ଆଦିରୁ ଲୁହାପଥରଗୁଡିକ ଟ୍ରକ ମାଧ୍ୟମରେ ଧାମରା, ହଳଦିଆ ଓ ପାରାଦୀପ ପୋର୍ଟକୁ ଟ୍ରାନ୍ସପୋର୍ଟ ହେଉଥିବାରୁ ଜାତୀୟ ରାଜପଥ ଜାମ ରହିବା ସହିତ ଦୁର୍ଘଟଣାମାନ ଘଟୁଛି । ଏଣୁ ବାଙ୍ଗିରିପୋଷିଠାରେ ସ୍ଥାନ ଚିହ୍ନଟ କରାଯାଇ ଏକ ରେଲୱେ ସାଇଟି ସ୍ଥାପନ କରାଗଲେ ଆଖପାଖର ଦୁଇ ହଜାର ପର୍ଯ୍ୟନ୍ତ ପରିବାର ରୋଜଗାରକ୍ଷମ ହୋଇ ପାରିବେ । ଏତଦ୍ବ୍ୟତୀତ ରାଜଘାଟଠାରୁ ଧାମରା ପର୍ଯ୍ୟନ୍ତ ନୂତନ ରେଳଲାଇନ ନିର୍ମାଣ ହେବାକୁ ଥfବା ବେଳେ ମୟୂରଭଞ୍ଜ ଜିଲାର ସବୁ ଶ୍ରେଣୀର ଲୋକେ ନିଯୁକ୍ତି ପାଇବା ସଂପର୍କରେ ମଧ୍ୟ ସାଂସଦ ଇଂ ଟୁଡ଼ୁ ଜିଏମଙ୍କ ସହିତ ବିସ୍ତୃତଭାବେ ଆଲୋଚନା କରିଥିଲେ । ଏହି ସବୁ ପ୍ରସ୍ତାବ ସଂପର୍କରେ ରେଳବାଇ ଜେନେରାଲ ମ୍ୟାନେଜର ସରକାରଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବାର ପ୍ରକାଶ । ଏହି ଆଲୋଚନାରେ ଡିଆରୟୁସିସି ସଦସ୍ୟ ହେମନ୍ତ ସାହା ମଧ୍ୟ ଅଂଶ ଗ୍ରହଣ କରିଥିଲେ ।
ସାଂସଦ ବିଶେଶ୍ୱରଙ୍କ ପୂର୍ବତଟ ରେଳ ଜିଏମଙ୍କ ସହ ଆଲୋଚନା
|
December 27, 2020 |
![](https://sandhannews.com/wp-content/uploads/2020/12/10-npic.jpg)