ସହରରେ ବୁଲିଲା ଦନ୍ତା ହାତୀ: ଭୟଭୀତ ଲୋକେ : ଜଙ୍ଗଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

Spread the love
ବାଲିଗୁଡା, ତା, ୨୩/୦୮/୨୫ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଅଞ୍ଚଳର ଜଙ୍ଗଲ ନିକଟ ବର୍ତ୍ତି ଗାଁ ଗୁଡ଼ିକରେ ଉପଦ୍ରବ କରି ୩ ମଣିଷ,୧୦ରୁ ଉର୍ଦ୍ଧ୍ୱ ଗାଈ ମାରିଥିବାବେଳେ ୨୨ ତାରିଖ ପ୍ରାୟ ରାତି ୨ଟା ହେବ ସ୍ଥାନୀୟ ଧବଳେଶ୍ୱର ମନ୍ଦିରର ନିକଟରେ କିଛି ଖାଇବା ସହ ଗଛ, ପାଚେରୀ ଭାଙ୍ଗିଥିବା ନେଇ ମନ୍ଦିର ପୂଜକ ସନ୍ତୋଷ କୁମାର ମୁନିଙ୍କ ଠାରୁ ସୂଚନା ମିଳିଛି। ସୂଚନା ଅନୁସାରେ, ଦନ୍ତା ହାତୀଟି ଧବଳେଶ୍ଵର ମନ୍ଦିର ଠାରୁ ଚମ୍ପା ସାହି, କଚେରୀ ସାହି, ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଅଞ୍ଚଳ ଦେଇ ନିକଟସ୍ଥ ବିଲ ମାଳରେ ପଶି ଗାମୁଲି ଜଙ୍ଗଲକୁ ପଳେଇ ଯାଇଛି। ଉକ୍ତ ଦନ୍ତା ହାତୀକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା ପ୍ରତିବାଦରେ ଗତ ୧୯ ତାରିଖରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ୨୦ ଖଣ୍ଡ ଗାଁର ହଜାର ହଜାର ମହିଳା ପୁରୁଷ ଜି.ଉଦୟଗିରି, କଳିଙ୍ଗା ବନ୍ଦ ଡାକରା ଦେଇ ବିଶାଳ ରାଲିରେ ଯାଇ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ଓ ବିଡିଓଙ୍କୁ ଲିଖିତ ଦାବିପତ୍ର ଦେଇଥିଲେ। ହାତୀ ଏବେ ସହର ମଝିରେ ପଶିବା ଖବର ପାଇ ସହର ବାସି ଭୟଭୀତ ଥିବା ଦେଖିବାକୁ ମିଳିଛି। ଏଥି ପ୍ରତି ଜଙ୍ଗଲ ବିଭାଗ ଉଚ୍ଚ କର୍ତ୍ତୃ ପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି l

Related Posts

About The Author

Add Comment