ସଷ୍ଟପରେ ବହୁ ଅଚିହ୍ନା ମଣିଷ, ଲୋଡ଼ା ପ୍ରଶାସନିକ ସହାୟତା

Spread the love

ରାଉରକେଲା, ୧୯/୦୯/୨୦ (ସନ୍ଧାନ ନିଉଜ) : ରାଉରକେଲା ସହର ସମେତ ସାରନଗରୀର ବିଭିନ୍ନ ଅଂଚଳରେ ଘୁରି ବୁଲୁଛନ୍ତି ଅନେକ ଅଚିହ୍ନା ମଣିଷ! ଏମାନଙ୍କ ଠିକଣା ନାଁ ପ୍ରଶାସନ କିମ୍ବା ପୁଲିସ ପାଖରେ ନାହିଁ । କରୋନା କାୟା ବିସ୍ତାର କରିବା ପରେ ଗତ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଯାଇଥିଲା ଲକ୍‌ଡାଉନ । ଲକଡାଉନ ଯୋଗୁ ଗଡ଼ି ନଥିଲା ଯାତ୍ରୀବାହୀ ବସ ଅବା ଟ୍ରେନ । ବିଭିନ୍ନ ରାଜ୍ୟରୁ ଟ୍ରେନ ମାଧ୍ୟମରେ ଆସିଥିବା କିଛି ଅଚିହ୍ନା ମଣିଷ ରାଉରକେଲାରେ ଓହ୍ଲାଇଥିବା ବେଳେ, ସେ ସମୟରେ ପ୍ରଶାସନ ତଥା ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ମାନଙ୍କ ପକ୍ଷରୁ ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଥିଲା । ସମୟ ଅତିବାହିତ ହେବା ପରେ ଏଭଳି କିଛି ଅଜଣା ବ୍ୟକ୍ତି ସହରର ଏଣେ ତେଣେ ଘୁରିବା ବର୍ତମାନ ସ୍ପଷ୍ଟ ଭାବେ ଲକ୍ଷ୍ୟ କରାଯାଉଛି । କରୋନା ସମୟରେ ଲୋକେ ଘରେ ରହିବା ସହ ସାବୁନ ଓ ସାନିଟାଇଜର ବ୍ୟବହାର କରିବା ସହ ସତର୍କତା ଅବଲମ୍ବନ କରୁଛନ୍ତି, ମାତ୍ର ଏଭଳି ନିରାଶୟ ମଣିଷ ମାନେ କରୋନା ମହାମାରୀରୁ କେତେ ଯେ, ସୁରକ୍ଷିତ ତାହା ଏକ ବିରାଟ ବଡ଼ ପ୍ରଶ୍ନବାଚୀ(?) ।
ଏଭଳି  ଅବହେଳିତ ବ୍ୟକ୍ତି ମାନେ ରାଉରକେଲା ମହାନଗର ନିଗମ ନିକଟ ବସଷ୍ଟପ, ରାଉରକେଲା ମ୍ୟୁନିସପାଲ କଲେଜ ନିକଟ ବସଷ୍ଟପ, ରାଉରକେଲା ମୁଖ୍ୟ ଡାକଘର ନିକଟ ବସଷ୍ଟପ, ସାରନଗରୀ ଫୁଡ଼ କୋର୍ଟ, ସୁଶୀଳାବତୀ କଲେଜ ପାଖ, ସେକ୍ଟର-୨ ବସଷ୍ଟପରେ ରାତ୍ରୀ ଯାପନ କରୁଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ମାନସିକ ଭାବେ ବିକୃତ ରହିଥିବା ବେଳେ, ଆଉ କେତେକ ଅସହାୟ, ବାସହୀନ ବୃଦ୍ଧ, ମଧ୍ୟବୟସ୍କ ଥିବା ଜଣାପଡ଼ିଛି । କରୋନା କାଳରେ ସହରର ବିଭିନ୍ନ ବସଷ୍ଟପରେ ରାତ୍ରି ଯାପନ କରୁଥିବା ଏଭଳି ଅସହାୟ, ବାସହୀନ ଅଚିହ୍ନା ମଣିଷକୁ ପ୍ରଶାସନିକ ସହାୟତା ଅତ୍ୟନ୍ତ ଜରୁରୀ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Related Posts

About The Author

Add Comment