ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ଭାରତୀୟ ସେନାକୁ ୧ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କଲେ ଲତା ମଙ୍ଗେସକର୍‌

Spread the love

ମୁମ୍ବାଇ,୨୭ /୨ (ସନ୍ଧାନ ନିଉଜ) : ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଫେବ୍ରୁଆରି ୧୪ ତାରିଖରେ ଜୈଶ୍‌-ଇ-ମହମ୍ମଦ ଅତେଙ୍କବାଦୀ ସଂଗଠନ ପକ୍ଷରୁ ହୋଇଥିବା ଭୀରୁତାପୂର୍ଣ୍ଣ ଆକ୍ରମଣର ୧୨ ଦିନ ପରେ ଫେବ୍ରୁଆରି ୨୬ ତାରିଖରେ ଜବାବ ଦେଇଛି ଭାରତୀୟ ବାୟୁ ସେନା। ସେନାର ଏପରି ସାହସିକ ଆଚରଣ ପରେ ସାରା ଦେଶ ଏବେ ପ୍ରଶଂସା କରିବାରେ ଲାଗିଛି। ପୂର୍ବରୁ ଅନେକ ସହିଦ ଯବାନ ପରିବାରକୁ ବଲିଉଡ୍‌ ଷ୍ଟାର୍‌ମାନେ ଆର୍ଥିକ ଭାବେ ସହାୟତାର ହାତ ବଢ଼ାଇ ସାରିଛନ୍ତି। କେବଳ ସହିଦ ଯବାନ ନୁହଁନ୍ତି, ଭାରତୀୟ ସେନାକୁ ବି ମିଳିଛି ସାହସିକ ପୁରସ୍କାର। ପୁରସ୍କାର ବାବଦରେ ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ଲତା ମଙ୍ଗେସ୍‌କର ଭାରତୀୟ ସେନାକୁ ୧ କୋଟି ଟଙ୍କା ପ୍ରଦାନ କରିବା ଘୋଷଣା କରିଛନ୍ତି। ଲତା ତାଙ୍କ ବାପା ମାଷ୍ଟର୍‌ ଦିନନାଥ ମଙ୍ଗେସ୍‌କରଙ୍କ ମୃତ୍ୟୁ ବାର୍ଷିକୀରେ ଏହି ଘୋଷଣା କରିଛନ୍ତି।

ଉଲ୍ଳେଖଯୋଗ୍ୟ, ପୂର୍ବରୁ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ବଲିଉଡ୍‌ ବାଦ୍‌ଶାହା ଅମିତାଭ ବଚ୍ଚନ ୨.୫ କୋଟି, ଖିଲାଡି ବୟ ଅକ୍ଷୟ କୁମାର ୫ କୋଟି ଅର୍ଥ ସହାୟତା ଘୋଷଣା କରିଥିଲେ। ଗତକାଲି ହୋଇଥିବା ଏହି ଏୟାର୍‌ ଷ୍ଟ୍ରାଇକ୍‌କୁ ଅକ୍ଷୟ କୁମାର, ଅଭିଷେକ ବଚ୍ଚନ, ଅନୁପମ୍‌ ଖେର୍‌, ଇମ୍ରାନ ହାସ୍ମି, ସଲମାନ ଖାନ, ଅଜୟ ଦେବଗନ ଆଦି ବଲିଉଡ୍‌ ଷ୍ଟାର୍‌ ଖୁବ୍‌ ପ୍ରଶଂସା କରିଛନ୍ତି।

Related Posts

About The Author

Add Comment