ସରସ୍ୱତୀ ଶିଶୁବିଦ୍ୟାମନ୍ଦିର କାଏମାର ଶିଶୁ ବାଟିକା ମାତୃକର୍ମଶାଳା

Spread the love

ଧର୍ମଶାଳା,(ସନ୍ଧାନ ନିୟୁଜ/ମାନସ ରାଉତ): ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମା ସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ୭ମ ବାର୍ଷିକ ଶିଶୁବାଟିକା ମାତୃକର୍ମଶାଳା ବିଦ୍ୟାଳୟର ପରିଚାଳନା ସଭାପତି ପଦ୍ମନାଭ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅବସର ପା୍ରପ୍ତ ଅଧ୍ୟକ୍ଷ ରବିନ୍ଦ୍ର କୁମାର ସାମଲ ଉତ୍ସବକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିବା ସହ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମା ମାନେ କୋମଳମତି ଶିଶୁ ମାନଙ୍କର ପ୍ରକୃତରେ ଗୁରୁ । ତାଙ୍କ ପ୍ରେରଣା ଓ ଶ୍ରଦ୍ଧା ଶିଶୁକୁ ମାର୍ଗ ଦର୍ଶନ କରାଏ ବୋଲି ମତବ୍ୟକ୍ତ କରିଥିଲେ । ଉତ୍ତରପୁର୍ବ ସମ୍ଭାଗର ଶିଶୁବାଟିକା ପ୍ରମୁଖ ସୁଦର୍ଶନ ବସନ୍ତିଆ, କବୀରପୁର ସଂକୁଳର ସଂଯୋଜକ ତ୍ରିଲୋଚନ ପ୍ରଧାନ, ପରିଚାଳନା ସମିତି ପ୍ରାକ୍ତନ କୋଷାଧ୍ୟକ୍ଷ ସୁକାନ୍ତ କୁମାର ପଣ୍ଡା, ସଂକୁଳ ପ୍ରମୁଖ ଧୃବଚରଣ ପୃଷ୍ଟି, କୋଷାଧ୍ୟକ୍ଷ ଅରୁଣ କୁମାର ମହାରଣା, ଶିଶୁବାଟିକାର ପ୍ରମୁଖ ପ୍ରକାଶ ଚନ୍ଦ୍ର ପୃ୍ଷ୍ଟି ଓ ପ୍ରଶାନ୍ତ କୁମାର ସ୍ୱାଇଁ ଏଥିରେ ବକ୍ତା ଭାବେ ଯୋଗଦେଇ କର୍ମଶାଳାରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ୧୨୦ଜଣ ମାଆ ଯୋଗ ଦେଇଥିଲେ । ସେମାନଙ୍କ ଶିଶୁ ମାନଙ୍କୁ ଭଲ ମଣିଷ କରିବାର ମାର୍ଗଦର୍ଶକ କରିବାକୁ ବିଦ୍ୟାଳୟର ଆଚାର୍ଯ୍ୟା ରୀତାଞ୍ଜଳି ନାୟକ ସ୍ମୃତିରେଖା ସାମଲ, ମୌସୁମୀ ଦ୍ୱିବେଦୀ , ସସ୍ମିତା ଦାଶ, ଲକ୍ଷ୍ମୀଲତା ଜେନା, ରୀତାରାଣୀ ସ୍ୱାଇଁ, କଳ୍ପନା କୁମାରୀ କର, ବୈଜୟନ୍ତୀ ସ୍ୱାଇଁ ପ୍ରମୁଖ ବହୁ ଉଦାହରଣ ଦେଇ ବୁଝାଇ ଥିଲେ । ଶେଷରେ କୁନି କୁନି ଶିଶୁ ମାନଙ୍କ ଦ୍ୱାରା ବାଜିରାଉତ ନାଟକ ମଞ୍ଚସ୍ତ ହୋଇଥିଲା ।

Related Posts

About The Author

Add Comment