ଦ୍ବାରଶୁଣି, ୨୨.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା) :- ଆବଶ୍ୟକୀୟ ପ୍ରଶିକ୍ଷଣ ସହ ଜ୍ଞାନକୌଶଳ ପ୍ରୟୋଗରେ ଭଲ ମାଛ ଚାଷ କରାଯାଇ ପାରିବ । ଯଦି ଏଥିରେ ସରକାରୀ ପ୍ରୋସାହନ ମିଳେ ତେବେ କିଛି ବର୍ଷ ମଧ୍ୟରେ ଜଣେ ସଫଳ ମାଛ ଚାଷୀ ଭାବେ ପରିଗଣିତ ମଧ୍ୟ ହୋଇ ପାରିବ । ମୟୂରଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଏକ ଆଦିବାସୀ ଅଧ୍ୟଷିତ ଅଂଚଳ ହୋଇଥିବାରୁ ବିଶେଷ ଭାବେ ଗ୍ରାମାଂଚଳରେ ଲୋକେ ଧାନ, ଡାଲି ଜାତୀୟ ଫସଲ ଏବଂ ପନିପରିବା ଚାଷ ଉପରେ ନିର୍ଭର କରିଥାନ୍ତି । ତେବେ ଏହି ଅଂଚଳରେ ମାଛ ଚାଷ ପାଇଁ ଉପଯୁକ୍ତ ଭିତ୍ତିଭୂମି ଓ ଅନୁକୂଳ ଜଳବାୟୁ ରହିଥିବାରୁ ଧିରେ ଧିରେ ଯୁବକ ମାନେ ମାଛ ଚାଷ ପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି । କେହି କେହି ନିଜର ପୋଖରୀକୁ ଗହିର କରି ମାଛ ଚାଷ କରୁଛନ୍ତି ତ ଆଉ କେହି ଫଚାୟତ ପୋଖରୀ ନିଲାମ ଧରି ମାଛ ଚାଷ କରି ବେଶ ଦୁଇପଇସା ରୋଜଗାର କରୁଛି । ତେବେ ବ୍ଲକରେ ହେଉଥିବା ମାଛ ଚାଷ ବଜାର ବିକ୍ରୀ ପାଇଁ ନିଅଣ୍ଟ ହେଉଛି । ମାଛ ଚାଷ ପାଇଁ ସରକାରୀ ପ୍ରୋସାହନ ନାମକୁ ମାତ୍ର ହୋଇ ରହିଛି । ସରକାରୀ ସହାୟତାରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଅଧିକ ଉପାର୍ଜନ କରିବା ପାଇଁ ଆଶା ରଖିବା ଯୁବ ଚାଷୀ ମାନେ ଏବେ ମତ୍ସ୍ୟବିଭାଗର ଅବହେଳାର ଶୀକର ହେଉଥିବାର ଦେଖିବାକୁ ମିଳୁଛି । ଫଳରେ ଚାଷୀ ମାଛ ଚାଷ ପ୍ରତି ବିମୁଖ ୧ ହେବା ସହ ସରକାରୀ ଯୋଜନାରୁ ଆସ୍ଥା ହରଇବାକୁ ବସିଛନ୍ତି । ସୂଚନା ଯୋଗ୍ୟ, ମାଛ ଚାଷ କରିବା ପାଇଁ ପ୍ରତ୍ୟେକ ବ୍ଲକରେ ଫିସେରୀ କାର୍ଯ୍ୟାଳୟ ଖୋଲାଯାଇଛି । ବାଙ୍ଗିରିପୋଷି ବ୍ଲକରେ ମଧ୍ୟ ଅନୁରୁପ ଭାବେ ଏକ ମତ୍ସ୍ୟଚାଷ କାର୍ଯ୍ୟାଳୟ ରହିଛି । କିନ୍ତୁ ଅନ୍ୟ ଏକ କାର୍ଯ୍ୟାଳୟ ମଧ୍ୟରେ ଆଟାଚ ଥିବାରୁ ତାହା ଦୃଷ୍ଟିଗୋଚର ହୁଏ ନାହିଁ । ଫଳରେ ବହୁ ସମୟରେ ମାଛ ଚାଷ ସମ୍ପର୍କରେ ନିଜ ହାତରେ ପୋଖରୀ ଆଲୋଚନା କରିବାକୁ ଆସୁଥିବା ସାଧାରଣ ଲୋକେ କାର୍ଯ୍ୟାଳୟ ଓ ଅଧିକାରୀଙ୍କୁ ନପାଇ ନିରାଶ ହୋଇ ଫେରୁଛନ୍ତି । ଏଠାରେ ମାଛ ଜାଅଁଳ ପାଇବା ପାଇଁ ତଥା ଅନ୍ୟାନ୍ୟ ଆବ୍ୟଶ୍ୟକତା ପାଇଁ ସରକାରୀ ପ୍ରୋସାହନ ଅଭାବରୁ ବାଙ୍ଗିରିପୋଷି ବ୍ଲକର ୧୯ ଫଚାୟତର ବହୁ ମାଛ ଚାଷୀ ମାଛ ଜାଅଁଳ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି ଏହି ଅଂଚଳରେ ଥିବା ବଡବଡ ପୋଖରୀଗୁଡ଼ିକରେ ମାଛ ଚାଷ ପାଇଁ ସରକାରୀ ସ୍ତରରେ ସୁଦୁପଯୋଗ କରା ଯାଇପାରୁ ନାହିଁ । ଫଚାୟତ ସ୍ତରରେ ଥିବା ପୋଖରୀରେ ମାଛ ଚାଷ କରି ଆତ୍ମନିର୍ଭରଶୀଳ ହେବା ପାଇଁ ମାତ୍ର କେତୋଟି ସ୍ବୟଂ ସହାୟକ ଗୋଷ୍ଠୀକୁ ଛାଡିଦେଲେ ବହୁ ଏସଏଚଜି ଗୋଷ୍ଠୀ ମାଛ ଚାଷ ପାଇଁ ଇଚ୍ଛା ଥାଇ ମଧ୍ୟ ତାଲିମ କିମ୍ବା ଆବଶ୍ୟକ ଅର୍ଥ ନପାଇ ରୋଜଗାରକ୍ଷମ ହେବାରୁ ବଂଚିତ ରହୁଛନ୍ତି । ସବୁଠାରୁ ବଡକଥା ହେଲା ମାଛ ଚାଷ ପାଇଁ ସରକାରୀ ସହାୟତା ମିଳିବାର ଅନୁମତି ପତ୍ର ମିଳିଥିଲେ ମଧ୍ୟ ତାହାକୁ ବନ୍ଦ କରାଇ ଦିଆଯାଇଛି । ସୂଚନା ଅନୁସାରେ ଅତ୍ୟାଧୁନିକ ଭାବେ ମାଛ ଚାଛି ପାଇଁ ସରକାରୀ ଅନୁଦାନ ମିଳିବା ବିଜ୍ଞପ୍ତି ଦେଖି ବାଙ୍ଗିରିପୋଷି ବ୍ଲକରେ ବହୁ ବେକାର ଯୁବକ ଯୁବତୀ ନୂତନ ଭାବେ ବାୟୋ ଫୁକ ବ୍ୟାଙ୍କ ମାଛ ଚାଷ ପାଇଁ ଆବେଦନ କରିଥିଲେ । ଫଳରେ ଏଥିନେଇ କିଛି ଚାଷୀମାନେ ମସ୍ୟବିଭାଗ ତରଫରୁ ଓଏମବିଏଡିସି ଆନୁକୁଲ୍ୟରେ ଗତ ଅଗଷ୍ଟ ମାସରେ ୱାର୍କ ଅର୍ଡର ମଧ୍ୟ ପାଇଥିଲେ। ତେବେ ଗତ ସେପ୍ଟେମ୍ବର ୯ ତାରିଖ ଜିଲ୍ଲା ମସ୍ୟ ଅକାରୀଙ୍କ ଚିଠି ନମ୍ବର ୨୪୫୨ ଜରିଆରେ ଏହି ପ୍ରଜେକ୍ଟକୁ ବନ୍ଦ ପାଇଁ ହଠାତ ନିର୍ଦ୍ଦେଶ ଆସିଛି । ଫଳରେ ମାନସିକ ସ୍ତରରେ ବାୟୋକ ବ୍ୟାଙ୍କ ମାଧ୍ୟମରେ ମତ୍ସ୍ୟଚାଷ କରିବାକୁ ଆଗଭର ହୋଇଥିବା ଯୁବକ, ଯୁବତୀ ମାନଙ୍କୁ ଶକ୍ତ ଧକ୍କା ଲାଗିଥିଲା । ଅନ୍ୟପକ୍ଷେ ବାୟୋଫୁକ ବ୍ୟାଙ୍କ ମାଧ୍ୟମରେ ମାଛ ଚାଷ ସ୍ଵପ୍ନ ଦେଖୁଥିବା ମାଛଚାଷୀ ଦୀପକ କର ଏବଂ ତାଙ୍କ ସ୍ତ୍ରୀ ରୀତାରାଣୀ କରଙ୍କ ମୁଣ୍ଡରେ ଚଡକ ପଡିଥିଲା । ତେବେ ସରକାରୀ ସହାୟତାକୁ ଆଶା ନରଖୁ ଉଭୟ ସ୍ବାମୀ-ସ୍ତ୍ରୀ ମିଶି ନିଜ ହାତରେ ଖୋଳିଦେଲେ ଅନ୍ୟ ଗୋଟେ ପୋଖରୀ । ମାଛ ଚାଷ କରି ପରିବାର ପୋଷିବା ପାଇଁ ଆଶା ରତ୍ସ ଦୀପକଙ୍କୁ ପୁଣିଥରେ ମାଛଚାଷ କରିବା ନେଇ ନୂଆ ଆଶା ଉଜ୍ଜିବୀତ ହେଲା । ଏହାର ପରିମାଣ ସ୍ବରୁପ ଆଜି ତାଙ୍କର ୨ଟି ପୋଖରୀରରେ କୁଙ୍ଗଟାଲରୁ ଉଦ୍ଧି ମାଛ ରହିଥିବା ବେଳେ ସ୍ୱାମୀ-ସ୍ତ୍ରୀ ଉଭୟ ମିଶି ମାଛ ଧରି ବଜାର ଦର ହିସାବରେ ବେଶ ଦୁଇ ପଇସା ଉପାର୍ଜନ ଓ କରୁଛନ୍ତି । ଉଭୟଙ୍କର ଏପରି ଉଦ୍ୟମ ଅନ୍ୟ ମାଛ ଚାଷୀ ମାନଙ୍କୁ ପ୍ରେରଣା ଯୋଗାଇଥିବା ବେଳେ ସରକାରୀ ଅପାରଗତାକୁ ଏହା ଜଳଜଳ ହୋଇ ଅଙ୍ଗୁଳି ନିର୍ଦ୍ଦେଶ କରିଛି ଏଥିରେ ତିଳେ ହେଲେ ମାତ୍ର ଅବକାଶ ନାହିଁ ।
ସରକାରୀ ଯୋଜନା ଦିଗହରା
|
January 22, 2021 |