ସରକାରୀ ଡାକ୍ତରଖାନାରେ ବର୍ବର କାଣ୍ଡ ! ଦଳିତ ମହିଳାଙ୍କୁ ଗଣ ଦୁଷ୍କର୍ମ

Spread the love
ଅଲଓ୍ଵାର ୧୮/୫ (ସନ୍ଧାନ ନିୟୁଜ) : ଜନୈକା ଦଳିତ ମହିଳାଙ୍କୁ ରାଜସ୍ଥାନ ଅଲଓ୍ଵାର ଜିଲ୍ଲା କାଥୋମାର ସରକାରୀ ଚିକିତ୍ସାଳୟରେ ଦୁଇ ଜଣ ବ୍ୟକ୍ତି ଗଣ ଦୁଷ୍କର୍ମ କରିବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଦୁଷ୍କର୍ମର ଶିକାର ହୋଇଥିବା ଦଳିତ ମହିଳା ଜଣକ ଘଟଣା ସଂପର୍କରେ ପୁଲିସ ଥାନାରେ ଅଭିଯୋଗ କରିବା ପରେ ଏହି ଲଜ୍ଜାଜନକ ଘଟଣାଟି ଲୋକଲୋଚନକୁ ଆସିଛି।
ଘଟଣା ସଂପର୍କରେ ଦଳିତ ମହିଳା ଜଣକ ଥାନାରେ କରିଥିବା ଅଭିଯୋଗରେ କହିଛନ୍ତି ଯେ ସେ ତାଙ୍କର ବୋହୂର ପ୍ରସବ କରାଇବା ପାଇଁ ବୋହୂକୁ ଧରି କାଥୋମାର ସରକାରୀ ଚିକିତ୍ସାଳୟକୁ ଯାଇଥିଲେ। ହସ୍ପିଟାଲରେ ଥିବା ସମୟରେ ଗତ ଗୁରୁବାର ରାତିରେ ହସ୍ପିଟାଲରେ ଜଣେ କମ୍ପାଉଣ୍ଡର ରୂପେ କାର୍ଯ୍ୟ କରୁଥିବା ଗିରିଜା ପ୍ରସାଦ ନାମକ ଜଣେ ବ୍ୟକ୍ତି ତାଙ୍କୁ କିଛି କାଗଜ ପତ୍ରରେ ଦସ୍ତଖତ କରିବା ବାହାନାରେ ହସ୍ପିଟାଲ ମଧ୍ୟରେ ଥିବା ଏକ କଠୋରି ମଧ୍ୟକୁ ଡାକି ନେଇଥିଲା। ମହିଳା ଜଣକ ସେ କଠୋରି ମଧ୍ୟକୁ ଯିବା ପରେ ସେଠାରେ ପୂର୍ବରୁ ଲୁଚି ରହିଥିବା ଅନ୍ୟଜଣେ ଯୁବକ ସହ ଅଭିଯୁକ୍ତ ଗିରିଜା ମିଶି ତାଙ୍କୁ ମାଡ଼ି ବସିଥିଲା। ଏବଂ ପରେ ଦୁଇଜଣ ମିଶି ତାଙ୍କୁ ଦୁଷ୍କର୍ମ କରିଥିଲେ। ଏ ଘଟଣା ସଂପର୍କରେ ଅଭିଯୋଗ ପାଇବା ପରେ ପୋଲିସ୍‌ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଘଟଣାରେ ସଂପୃକ୍ତ କୌଣସି ଅଭିଯୁକ୍ତକୁ ଗିରଫ କରିବାରେ ସମର୍ଥ ହୋଇପାରି ନାହିଁ।

Related Posts

About The Author

Add Comment