ସରକାରୀ ଅନଲାଇନରେ ପଂଜୀକରଣ କରିଛନ୍ତି ୧୨୩୯ ଜଣ । ୩୨ଟି ନମୂନା ହୋଇଛି ପରୀକ୍ଷା, ୩୧ଟି ଆସିଛି ନେଗେଟିଭ

Spread the love

ଭୁବନେଶ୍ୱର, ୧୭/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) ୪ ଘଂଟାରେ ସରକାରୀ ଅନଲାଇନରେ ପଂଜୀକରଣ କରିଛନ୍ତି ୧୨୩୯ ଜଣ । ତେବେ ୫୫୪ଜଣ ଟେଲିଫୋନ ଜରିଆରେ ପଂଜିକରଣ କରିଥିବା ବେଳେ ୬୭୫ ଜଣ ଅନଲାଇନ ରେଜିଷ୍ଟ୍ରେସନ କରିଛନ୍ତି । ଏବେ ଯାଏ ୩୨ଟି ନମୂନା ପରୀକ୍ଷା ହୋଇଛି । ଯେଉଁଥିରେ ୩୧ଟି ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଜଣକଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ତେବେ କରୋନାର ଏହି ବିଶ୍ୱବ୍ୟାପି ପରିସଂଖ୍ୟା ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଲା, ଲକ୍ଷେ ୮୩ ହଜାର ୧୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯ବର୍ଷରୁ କମ୍ ଜଣେ ହେଲେ ଶିଶୁ ନାହାଁନ୍ତି । କୁହାଯାଉଥିଲା, ଛୋଟ ପିଲା ଏବଂ ବୟସ୍କଙ୍କୁ କରୋନା ଭୂତାଣୁର ଭୟ ଅଧିକ । କାରଣ, ସେମାନଙ୍କ ପାଖରେ ରୋଗ ପ୍ରତିଶେଧକ ଶକ୍ତି କମ । କିନ୍ତୁ ସାରା ବିଶ୍ୱରେ ୯ବର୍ଷରୁ କମ ଜଣେ ହେଲେ ଶିଶୁ କରୋନା ଭୁତାଣୁ ଦ୍ୱାରା ପ୍ରାଣ ହରାଇନାହାଁନ୍ତି । ଯାହା ଏକ ଭଲ ଖବର ବୋଲି ସୂଚନା ଦେଇଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

Related Posts

About The Author

Add Comment