ସରକାରକୁ ଆସିଲେ ପ୍ରତି ପରିବାରର ଜଣକୁ ନିଯୁକ୍ତି ଦେବୁ :ବିଜେପି
ସରକାରକୁ ଆସିଲେ ପ୍ରତି ପରିବାରର ଜଣକୁ ନିଯୁକ୍ତି ଦେବୁ :ବିଜେପି
Manas Kumar Rout |
April 13, 2019 |

ନବିନ ସରକାର ଶିଳ୍ପ ପ୍ରତିଷ୍ଠା, ନିଯୁକ୍ତି ଓ ଆତ୍ମନିଯୁକ୍ତି ଯୋଗାଇବାରେ ସମ୍ପୃର୍ଣ୍ଣ ବିଫଳ
– ୨୦୦୯ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷ ଭିତରେ ନିଯୁକ୍ତି ମିଳିଛି ମାତ୍ର ୨୬, ୪୫୦ ଜଣଙ୍କୁ
– ୨୦୧୯-୨୦ ସୁଦ୍ଧା ୧ ଲକ୍ଷ ୭୩ ହଜାର କୋଟିର ପୁଜିଂ ନିବେଶ ସହ ୩ ଲକ୍ଷ ଶିଳ୍ପ ଭିତିକ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି କୁଆଡେ ଗଲା ?
– ବିଜେପି ସରକାର କୁ ଆସିଲେ ୧୦ଟି ଆବାସିକ କୋଚିଂ ଇନ୍ଷ୍ଟିଚ୍ୟୁଟ ପ୍ରତିଷ୍ଠା କରାଯିବ ଯେଉଁଥିରେ କମ୍ପିଟେଟିଭ ପରୀକ୍ଷା ପାଇଁ ମାଗଣା ତାଲିମ ଦିଆଯିବ
– ବିଜେପି ସରକାର କୁ ଆସିଲେ ଉଦ୍ୟମିତାର ଓ ନୂଆ ବ୍ୟବସାୟିକ ଚିନ୍ତାଧାରା ଆଣିବା ପାଇଁ ୧୦୦୦ କୋଟି ଟଙ୍କାର ଏକ ‘ଧର୍ମପଦ ଷ୍ଟାର୍ଟଅଫ୍ ଫଣ୍ଡ’ ଗଠନ କରାଯିବ
– ବିଜେପି ସରକାର କୁ ଆସିଲେ ପ୍ରତି ଜିଲ୍ଲାରେ ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ କ୍ଲଷ୍ଟର ପ୍ରତିଷ୍ଠା କରାଯିବ
– ବିଜେପି ସରକାର କୁ ଆସିଲେ ଅକାମୀ ହୋଇପଡିଥିବା କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପ ଗୁଡିର ପୁନଃଉଦ୍ଧାର ପାଇଁ ଏମଏସଏସଇ ରିଜୁଭେନେସନ ଟାସ୍କ ଫୋର୍ସ ଓ ରିଭଲଭିଙ୍ଗ କଂଟିଜେନସି କ୍ରେଡିଟ ଫଣ୍ଡ ରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ
– ବିଜେପି ସରକାର କୁ ଆସିଲେ ଅନୁଗୁଳରେ ଆଲୁମିନା ପାର୍କ, ଭଦ୍ରକରେ ମେଗା ବୟନଶିଳ୍ପ ପାର୍କ, ପାରାଦୀପ ବିଶ୍ୱସ୍ତରୀୟ ୱେୟାର ହାଉସ, ବିଶ୍ୱସ୍ତରୀୟ ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା କରାଯିବ
– ବିଜେପି ସରକାର କୁ ଆସିଲେ ଆଦିବାସୀ ଅଂଚଳରେ ବିଶ୍ୱ ସ୍ତରୀୟ ବାୟୋ ଆଭିଏସନ ଫୁଏଲ ମାନ୍ୟୁଫାକଚରିଂ ଶିଳ୍ପ ପ୍ରତିଷ୍ଠା କରାଯିବ
Related Posts
About The Author