-ଡଃ ଚନ୍ଦ୍ରିକା ନାୟକ- : ସେଦିନ ଥିଲା ୨୦୧୩ ମସିହା ଅଟଷ୍ଟ ୧୫ ତାରିଖ ଏହି ତାରିଖଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ଵାଧୀନ ଓ ମୁକ୍ତି ହେବାର ଆନନ୍ଦର ତାରିଖ ଜାତିର ପିତା ମହାତ୍ମା ଗାନ୍ଧୀ (ବାପୁ)ଙ୍କର ଅହିଂସା ଓ ସତ୍ୟାଗ୍ରହର ବଡ଼ ସଫଳତାର ସଂକେତ । ସେଇଦିନ ମଗହରେ ଜଣେ ମହିଳା ନିର୍ଭୟରେ, ଅବଧରେ ସୁରକ୍ଷିତ ରଳରାନ୍ତରେ ଏକାଳୀ ଚାଲିପାରିବ, ଜାଣିବ ପ୍ରକୃତ ସ୍ଵାଧୀନତା ଅମେ ହାସଲ କରିଛି । ଏହିଲା ଗାନ୍ଧିଜୀଙ୍କ ଚିଚଇପସିତ ସ୍ଵରାଜ ଓ ସ୍ୱାଧୀନତାରୁ ଧାଡିକିଆ ଆଶା, ଆଶ୍ୱାସନା ଓ ଭରସା । ଦେଶ ମୁକ୍ତି ପାଇଥିବା ଏହି ତାରିଖରେ ବାପୁଙ୍କ ଏହି ଆଶା ଭରସାକୁ ତଳିତଳାନ୍ତ କରିଦେଲେ ଏ ସମୟର ଆଧୁନିକ ଯୁଗର ବାପୁ ଭାବେ ନିଜର ପରିଚୟ ହାସଲ କରିଥିବା ଧର୍ମଗୁରୁ ଅଶରାମ ବାପୁ ଏହିଦିନ ଧର୍ମଗୁରୁ ଆଶାରାମଙ୍କ ପ୍ରକୋଷ୍ଠରେ ଇଉରପ୍ରଦେଶ ରାଜ୍ୟର ଜଣେ ନାବାଳିକା ନିଜର ବଙ୍କୁ ସ୍ଵାଧୀନତା କେବଳ ହରାଇ ନଥିଲେ ବରଂ ତାଙ୍କର ନିଜଠାରୁ ପ୍ରାୟ ୫୦ ବର୍ଷ ବଡ ଏକ ପିଶାଚ ନିକଟରେ ନିଜକୁ ରକ୍ଷା କରିବାର ସମସ୍ତ ଚିନାର ବି ଅରନ୍ୟ ରୋଦନ ହୋଇ ଚାରିକାନ୍ଥ ଭିତରେ ବନ୍ଧା ପଡିଗଲା। ୨୦୧୩ ଅଗଷ୍ଟ ୨୦ ତାରିଖରେ ନିଜକୁ ଭାରତୀୟ ନାରୀର ପ୍ରମାଣ ଦେଇ ଆରେ ଏତଲା ଦେଲେ ନାବାଳିକା ଅଗଷ୍ଟ ୩୧ ରେ ଗିରଫ ହେଲେ ଆଧୁନିକ ଯୁଗର କିମ୍ବା ଏହି ଦଳିତ ନାବାଳିକାକୁ ବଳର ମହଲାରେ ୨୫ ନଭେମ୍ବର ୨୦୧୮ ମଙ୍ଗଳବାର ଆଶାରାମ ବାପୁଙ୍କୁ ଯେଧପୁର ବେଷ୍ଟ୍ରଲ ନେଲରେ ପ୍ରତିଷ୍ଠା କରାଯାଇଥିବା ସ୍ବତନ୍ତ୍ର ଏସସିଏସଟି କୋର୍ଟ ବିଚାରପତି ମଧୁସୂଦନ ଶର୍ମ ଅଶରାମଙ୍କୁ । ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ ପ୍ରଦାନ କଲେ । ଏଥିପାଇଁ କମ ଯନ୍ତ୍ରଣା ସହି ନାହାନ୍ତି ପୀଡିତା ଏବଂ । ତାଙ୍କ ପରିବାର । ସାଢେ ୪ ବର୍ଷର ଖୁଣୀ ଗିତରେ ୩ । ସାକ୍ଷୀଙ୍କୁ ହତ୍ୟା କରାଗଲା । ପୀଡିତା ନିଜେ ମଧ୍ୟ ଠିରେ ପାଠ ପହି ପାରିଲେ ନାହିଁ । ଘରୁ ସ୍କୁଲରୁ ବାହାରିକି ଯିବା ଅବମ୍ବଳ ହୋଇ ପଡ଼ୁଥିଲା । ତଦନ୍ତକାରୀ ପୁଲିସ ଅଧିକାରୀ ଅଜୟ ପାଇ ଲାମାଙ୍କୁ ଦୁଇ ହଜାରରୁ ଉର୍ଦ୍ଧ ଧମକପୂର୍ଣ୍ଣ ଚିଠି ଶତକ ଧମକପୂର୍ଣ୍ଣ ଫୋନକଲ ବି ଯାଇଥିଲା । ଏହି ପ୍ରସଙ୍ଗ ପୁଣି ଉଜାଗର କରିବାର କାରଣ ହେଉଛି, ଯେଉଁ ଲୋକଟି ଏଭଳି ପାଶବିକତା କାର୍ଯ୍ୟ କରୁଛ ହାଟରେ ପଡି ଦାଣ୍ଡରେ ଗଡ଼ୁଛି । କେବଳ ଆଶାରାମ ବାପୁ ନୁହନ୍ତି ଗରୁମିତ ରାମ ରହିମ, ସ୍ବାମୀ ନିତ୍ୟାନନ୍ଦ, ସଛି ସ୍ଵାମୀ ଭୀମାନନ୍ଦ, ସ୍ବାମୀ ପ୍ରେମାନନ୍ଦ, ସ୍ବାମୀ ଅପ୍ରିତ ଚୈତନ୍ୟ, ଆଶାରାମଙ୍କ ପୁଅ ନାରାୟଣ ସାଇଙ୍କ ଠାରୁ ଆରମ୍ଭ କରି ଆମ । ରାଜ୍ୟର କେତେକ ସାଧୁ ବେଶ ଧାରୀ ମଧ୍ୟ ଏହି ଧାରାରେ ରହିଛନ୍ତି । ବହୁଚର୍ଚ୍ଚିତ ଉରରପ୍ରଦେଶର ଜନ୍ନା ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ ବି.ଜେ.ପିର ବାହୁବଳୀ ବିଧାୟକ କଳଦୀପ ସିଂ ସେନଗର ସ୍ଥାନୀୟ ତିସ୍ ହଜାରୀ ଅଦାଲତରେ ୧୫ ଡିକ୍ଟେମ୍ବର ୨୦୧୯ରେ ଦୋଷୀ ସାବ୍ୟସ୍ତ ହେଲେ । ୨୦୧୭ ଜୁନ ୪ ତାରିଖରେ ନିଯୁକ୍ତ ଆଶା ନେଇ ବିଧାୟକଙ୍କ ପାଖକୁ ଯାଇଥିବା ୧୭ ବର୍ଷିୟା ପୀଡିତାକୁ ବିଧାୟକ ଓ ତାଙ୍କ ସହଯୋଗୀମାନେ ଅପହରଣ ସହ ବଳାତ୍କାର କରିଥିଲେ । ଚାପ ଓ ଭୟରେ ଚାପି ହୋଇ ପାଇଥିବା ପିଡିତାଙ୍କ ପରିଜାର ସାହସ ସଞ୍ଚୟ କରି ୨୦୧୮ ଫେବୃଆରୀରେ ଥାନାରେ ଏତଲା ଦେଲେ । ଏହାପରେ ପୀଡିତାଙ୍କ ବାପାଙ୍କୁ ହାଜତରେ ହତ୍ୟା କରାଯାଇଥିଲା । ସେନଗଟଙ୍କ ପ୍ରଭାବରେ ପୁଲିସ ଏକାକ ଥର ପୀଡିତାଙ୍କ ଏତଲା ବି ଗ୍ରହଣ କରିନଥିଲା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ସମୁଖରେ ପୀଡିତା ଏପ୍ରିଲ ୮ ତାରିଖରେ ଆତ୍ମାହୁତି ଉଦ୍ୟମ କରିବା ପରେ ମାମଲାକୁ ନେଇ ଚର୍ଚ୍ଚା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଫେରିବା ପର ଦିନ, ମିଛ ମାମଲାରେ ଫସାଇ ପୀଡିତାଙ୍କ ବାପାଙ୍କୁ ଗିରଫ କରି ହାଜତରେ ପିଟିପିଟି ମାରି ଦିଆଗଲା । ଏଥିରେ ସେନଗରଙ୍କ ଭାଇ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି । ଏ ନେଇ ସିବିଆଇ ଅନ୍ୟ ଏକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି । ସେନଗର ଗିରଫ ହେବା ପରେ ୨୦୧୯ ଜୁଲାଇରେ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ରାୟବରେଲୀଠାରେ ଦୁର୍ଘଟଣା ଘଟାଇ ହତ୍ୟା ଉଦ୍ୟମ କରାଯାଇ ଥିଲା। ଏଥିରେ ପୀଡ଼ିତାଙ୍କ ଦୁଇ ଖୁଡୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିଲେ । ତଥାପି ନିଜର ଇଜତ ପାଇଁ ଜୀବନକୁ ବାଜି ଲଗେଇ ଲଢେଇ କରୁଥିବା ପୀତିତା ହାରି ଯାଇ ନଥିଲେ । ଗୁରୁତର ହୋଇଥିବା ପୀଡିତା ଦିଲ୍ଲୀର ଏମ୍ବରୁ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ନିଜର ସୁରକ୍ଷା ଓ ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲାର ତଦନ୍ତ ଓ ବିଚାର ହୋଇଥିଲା । ଆମ । ରାଜ୍ୟର ଅନୁପ ସାଏଙ୍କ ପରି ନେତା ଏ କ୍ଷେତ୍ରରେ ସମଗ୍ର ବିଶ୍ବରେ ଚହଳ ସୃଷ୍ଟି କରିଛନ୍ତି। ପରିସ୍ଥିତି ପରିବେଶର ଚାପରେ । ମଧ୍ୟ ରାଜନେତାଙ୍କ ଏଭଳି ନିନ୍ଦନୀୟ କାର୍ଯ୍ୟ ଅନେକ କ୍ଷେତ୍ରରେ ଚାପି ହୋଇ ରହିଯାଇଛି । ୨୦୧୮ ପ୍ରକାଶିତ ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶରେ ୪୮ । ଜନପ୍ରତିନିଧ୍ୟକ ନାମରେ ମହିଳା ନିର୍ଯ୍ୟାତନା ମାମଲା ରହିଛି । ଚାଇଲ୍ଡ ରାଇଟ୍ ଆଣ୍ଡ ୟୁ (କ୍ରାୟ) ପକ୍ଷରୁ ପ୍ରକାଶିତ ରିପୋର୍ଟ । ଅନୁଯାୟୀ ୧୦ ବର୍ଷ ମଧ୍ୟରେ ନାବାଳିକାଙ୍କ ଉପରେ ଅପରାଧ । ଦେଶରେ ୫୦୦ ଶତାଶ ବୃଦ୍ଧି ପାଇଛି । । ୧୦ ଏପ୍ରିଲ ୨୦୧୮ରେ ଲୋକଲୋଚନକୁ ଆସିଥିବା ଚାପୁକାଶ୍ମୀରର କାଠୁଆରେ ୮ ବଖିଆ ବାଳିକାକୁ ୪ ଦିନ ଧରି ଅଟକ ରଖୁ ଗଣଦୁଷ୍କର୍ମ, ଏହାପରେ ପଥରରେ । ଛେଚି ହତ୍ୟା ଯେତିକି ଜଘନ୍ୟ ତା ଠାରୁ ଅଧିକ ଚିନ୍ତା ଦାୟକ ଥିଲା। ଆଇନର ରକ୍ଷକ ସାଜିଥିବା ପୋଲିସ ବି ସେ କ୍ଷେତ୍ରରେ ଶେଷକୁ ଏହି ଗଣଦୁଷ୍କର୍ମରେ ସାମିଲ ହେବା । ଆମ ରାଜ୍ୟରେ ଅନେକ ପୋଲିସ ଅଫିସର ଓ କର୍ମଚାରୀ ଏଭଳି କୁକାର୍ଯ୍ୟରେ ଲିପ୍ତ ଥିବାର ନଜିର ରହିଛି । ଭାରତୀୟ ସଂସ୍କୃତିରେ ନାରୀକୁ ସର୍ବଳ ଉଚ୍ଚ ମର୍ଯ୍ୟାଦା ଦିଆଯାଇଛି । ଏହି ସଂସ୍କୃତି ଆଜିର ନୁହେଁ ହଜାର ହଙ୍ଗାର ବର୍ଷ ତଳୁ ସମୟକ୍ରମେ ରୁଦ୍ଧିମନ୍ତ ହୋଇଛି ଆମ ଓଡିଶା ବି ଏ କ୍ଷେତ୍ରରେ ଯଥେଷ୍ଟ ଆଗରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସଂସ୍କୃତି ସମଗ୍ର ମଣିଷ ଜାତିକୁ ଏକ ସୁସ୍ଥ, ସମ୍ବଦ୍ଧ, ପ୍ରେମମୟ, ବିଶ୍ବାସଯୋଗ୍ୟ ମନ୍ତ୍ରର ବନ୍ଧନରେ ଜାବୋଡି ଧରିଛି ହଜାର ହଜାର ବର୍ଷ ତଳେ ଯେଉଁ ସଂସ୍କୃତି ନାରୀକୁ ଏତେ ଜଳ ଆସନ ଦେବା ସହ ମର୍ଯ୍ୟାଦାର ଅଧିକାରୀ କରିଥିଲା, ଠିକ ସେହି ସଂସ୍କୃତିର ଉରର ଦାୟାଦ ଭାବେ ଆମେ ଏବେ କଣ କରୁଛେ କଣ ଏହା ବିକାଶ, ବିଜ୍ଞାନର ଅଗ୍ରଗତି, ପ୍ରଗତିର ପ୍ରତିଛବି ବା ବିକୃତ ମାନସିକତାର ପରିଚୟ ? ଏ କ୍ଷେତ୍ରରେ ଓଡିଶା ବି କିଛି କମରେ ନାହିଁ । କୁନ୍ଦୁଲି ନାବାଳିକା ବଳାତ୍କାର ଓ ଆତ୍ମହତ୍ୟା ଠାରୁ ସାଲେପୁର, ନବରଙ୍ଗପୁର କୋଷାଗୁମୁଡା । ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା କିୟ। ଧର୍ମଶାଳାର ଭି.ଏଲ,ଡବଲ୍ୟ ଡ଼ିତାରା ଏହାର ଗୋଟିଏ ଗୋଟିଏ ନମୁନା। | ମଣିଷର ମାନସିକତାରେ ଦିତ ହେଲେ ବି ବ୍ୟବସ୍ଥାର ମାନସିକତା ଠିକ ରହିଲେ ଅନ୍ତତ ମଣିଷ ରୂପରେ ପଶୁ । ସାଜିଥିବା ରାକ୍ଷାସମାନେ ଖୁବ କମ ସମୟରେ ଦଣ୍ଡ ପାଇପରନ୍ତେ । ଫଳରେ ଏହାର ସାମାଜିକ ପ୍ରଭାବରେ ଏଭଳି । ନିନ୍ଦନୀୟ ଘଟଣା ପୁନରାବୃତ୍ତି ପାଇଁ ଅପରାଧୀଙ୍କୁ ଭାଙ୍ଗିବାକୁ ପଡନ୍ତା । ରାଜ୍ୟରେ ବଳାତ୍କାର, ମହିଳାଙ୍କ ପ୍ରତି ଅସଦାଚରଣ ଆଶାତୀତ ଭାବେ କହିବା କାରଣରୁ ରାଜ୍ୟ ବିଧାନସଭାରେ ବାରମ୍ବାର ହଟଚମଟ ହୋଇଛି । ସାଲେପୁର ନାନାଳିକା ବଳାତ୍କାର ଘଟଣାରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୩୦ ଅପ୍ରେଲ ୨୦୧୮ରେ କଜା କାର୍ଯ୍ୟାନୁଜ୍ଞାନର ପ୍ରତିଶୃତି ଦେଇଥିଲେ । ସମ୍ବଲପୁର ସଦର । ମେଜିକାଲରେ ୩ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗରେ ୨୮ ଡିସେମ୍ବର ୨୦୧୭ ମନ୍ତ୍ରୀ ହୋଇ ନଥିଲେ ବଳାତ୍କାରୀଙ୍କୁ ଗୁଳି କରିବାକୁ କହିଥାନ୍ତି ବୋଲି ତତ୍କାଳୀନ ସ୍ଵାସ୍ଥ୍ୟମନ୍ତ୍ରୀ ପ୍ରତାପ ଛେନାବୟାନ ଦେଇଥିଲେ। ଭରୟ ବୟାନ ରାଜ୍ୟ ସରକାରଙ୍କ ଏଭଳି ପାଶବିକତାପୂର୍ଣ୍ଣ କାର୍ଯ୍ୟ ନେଇ ଉଦବେଗକୁ ପରିପ୍ରକାଶ କରିଛି। । ନାବାଳିକା ବଳାତ୍କାରୀକୁ ଫାସୀ ପାଇଁ କେନ୍ଦ୍ର ସରକାର ଅଦେଶକୁ କେନ୍ଦ୍ର ୨୧ ଅପ୍ରେଲ ୨୦୧୮ ରେ ସଂଜୁରୀ କରିଥିଲେ । ସୁପୀମକୋର୍ଟଙ୍କ ଠାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏ କ୍ଷେତ୍ରରେ କଠୋର ହେଇଛନ୍ତି । ହେଲେ ସରକାର ଏ କ୍ଷେତ୍ରରେ ଉଚ୍ଚାରଣରେ ନହୋଇ ଆଚରଣରେ ସଦୃଢ଼ ହେବା ଅଧିକ ଆବଶ୍ୟକ ବୋଲି ଲୋକଙ୍କ ମତ । ପ୍ରଥମେ ଆଶାରାମ । ବାୟୁ ପରେ ଜନ୍ୟୁରେ ବାହୁବଳୀ ବିଧାୟକଙ୍କ ପ୍ରସଙ୍ଗର ଉପସ୍ଥାପନା ପରେ ପୋଲିସର ଏଭଳି ଦୁଷ୍କର୍ମରେ ସଂପୃକ୍ତିକୁ । ପ୍ରସଙ୍ଗ କରିବାର କାଣେ ଏହି ତିନି କିସମର ବ୍ୟକ୍ତିଙ୍କ ଉପରେ ତ ସରରେ ଓକ ବିଶ୍ୱାସ ରହିଛି। ସେମାନେ ଯଦି ଏଭଳି ପଶୁ ହୋଇଯିବେ ତେବେ ଲୋକେ ଆଉ କାହାକୁ ବିଶ୍ୱାସକୁ ନେବେ? ଆଶାରାମ ବାପୁଙ୍କ ଠାରୁ ଜନ୍ମିଓ ପର୍ଯ୍ୟନ୍ତ ଭାରତୀୟ ନାରୀର ମର୍ଯ୍ୟାଦା ରକ୍ଷା ପାଇଁ ପୀଡିତା କଣ କମ ଲଢେର କରିଛନ୍ତି କି? ଭାରତୀୟ ନାରୀର ସ୍ଵାଭିମାନ, ମାନ, ରଜତ ରକ୍ଷା ପାଇଁ ଲଢେଇରେ ଅନେକ ପରିଯାଇଛନ୍ତି କିମ୍ବା ଓଡିଶାର କୁନ୍ଦୁଲି ପୀଡିତା ପରି ଆତ୍ମହତ୍ୟା କରିଛନ୍ତି। ନିର୍ଭୟାଙ୍କ ପରିବାର ବି କମ ଦହଗଞ୍ଜ ହୋଇ ନନ୍ଦନ୍ତି ସେହି ସଂସ୍କୃତିର ସୁରକ୍ଷା ପାଇଁ ନିରାଟିଏ କିମ୍ବା ନଚଳିକାଟିଏ ଜୀବନକୁଓ ପରିକକୁବଜିଲଗେଇ ଏହି ରସ ମଙ୍କ ସହ ଲଢେଇ କରୁଛି। କେବଳ ବ୍ୟୟ ନୁହେଁ ସରକାର ସେମାନଙ୍କ ବୀରତ୍ବକୁ ସୃକୃତି ଦେବା ଜରୁରୀ। ସେମାନଙ୍କୁ ସରକାର କେବେ ସମ୍ମାନିତ କରି ମର୍ଯ୍ୟାଦା ଦେବେ?
ସା/ପୋ ୨/୧୫
ଏକ୍ସପ୍ରେସ ହାଇୱେ କଲୋନୀ
ଚଣ୍ଡିଖୋଲ



