ସମାଜର ନିଷ୍ପେସିତ ଲୋକଙ୍କ ପାଇଁ ସଂଗ୍ରାମ ଜାରି ରହିବ

Spread the love

ବାରିପଦା, ୨୫.୧୨.୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ସମାଜର ନିଷ୍ପେସିତ ହେଉଥିବା ଲୋକଙ୍କର ମୌଳିକ ଅଧିକାରକୁ  ଅକ୍ଷୁଣ୍ଣ ରଖିବାକୁ ପାଇଁ ସଂଗ୍ରାମ ଜାରି ରହିବ ବୋଲି ମାନବଧିକାର କର୍ମୀ ମାନେ କହିଛନ୍ତି , ଭାରତୀୟ  ମାନବଧିକାର ପରିଷଦର ଏକ ସାଧାରଣ ସଭା ଡେରାବିଶ ବ୍ଲକ ଛତା ଛକଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଅଛି , ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ  ସଭାରେ ସାମାଜିକ କର୍ମୀ ରବିନାରାଣ ବେହେରା ମୁଖ ଅତିଥି ଅଜୟ   କୁମାର  ରାଉତ ମୁଖ ବକ୍ତା ପରିଷଦର ସାଧାରଣ   ରାଜ୍ୟ  ସମ୍ଫାଦକ ଲିଙ୍ଗରାଜ ପଣ୍ଡା ସମ୍ମାନୀୟ  ଅତିଥି ଭାବେ ଯୋଗ ଦେଇ ଦେଶର  ପ୍ରତ୍ୟେକ ବକ୍ତାଙ୍କର ବଞ୍ଚି ରହିବା ପାଇଁ ଗଣତାନ୍ତ୍ରିକ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାଇ ନିଜର ମୌଳିକ ଅଧିକାର ଯେପରି ଅକ୍ଷୁର୍ଣ୍ଣ ରହିବ ତା ଉପରେ ଆଲୋକପାତ କରିଥିଲେ ଏଥି ସହିତ ଦେଶକୁ ତଥା ରାଜ୍ୟର ସାମାଜିକ ଓ ସାମ୍ବାଧାନିକ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ  ପରିଷଦ ପ୍ରୟାସକୁ ବକ୍ତା ମାନେ ଭୁରିଅସି ପ୍ରଶଂସା  କରିଥିଲେ ଏହି ସାଧାରଣ ସଭାରେ ବିଭିନ୍ନ ଜିଲ୍ଲାରୁ ଶତାଧିକ ମାନବଧିକାର କର୍ମୀ ଯୋଗ ଦେଇଥିଲେ ମୟୂରଭଞ୍ଜ ଜିଲ୍ଲାରୁ ସୁନୀଲ କୁମାର ମହାପାତ୍ରକୁ ଜିଲ୍ଲା ସଭାପତି ଓ ମାନଗେୋବିନ୍ଦ ପାଣିଗ୍ରାହୀଙ୍କୁ ଉପସଭାପତି ଭାବେ ଘୋଷଣା କରାଯାଇଥିଲା ଆଜି ଏହି ଉପକଲକ୍ଷେ ଭାରତ ସରକାର ମାନବଧିକାର ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ  କରା ଯାଇଥିଲା

Related Posts

About The Author

Add Comment