ସବଡେ଼ଗା ବ୍ଲକର ତଥା ସବଡେ଼ଗା ପଞ୍ଚାୟତର ସମସ୍ତ କର୍ମଚାରୀଙ୍କୁ ଆଜି କରୋନା ଟୀକା ପ୍ରଦାନ

Spread the love

ସୁନ୍ଦରଗଡ , ୦୬/୦୨/୨୦୨୧  (ସନ୍ଧାନନିଉଜ/ରାଜୁ ପଟେଲ) ସବଡେ଼ଗା ବ୍ଲକର ତଥା ସବଡେ଼ଗା ପଞ୍ଚାୟତର ସମସ୍ତ କର୍ମଚାରୀଙ୍କୁ  ଆଜି କରୋନା  ଟୀକା ପ୍ରଦାନ କରାଯାଇଛି I  ମିଳିଥିବା ସୂଚନା ଅନୁସାରେ   ସରପଞ୍ଚ ଶ୍ରୀମତୀ ସୁଜାତା ଲାକ୍ରା ଏବଂ ସୁନ୍ଦରଗଡ  ସିଡିଏମୋ ଶ୍ରୀଯୁକ୍ତ  ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବ୍ଲକର ଏବଂ ପଞ୍ଚାୟତ ର ପ୍ରାୟ ୮୦ ଜଣ କର୍ମଚାରୀ ଙ୍କୁ  ଟୀକା ପ୍ରଦାନ କରାଯାଇଛି I  କିଛି ଦିନ ପୂର୍ବରୁ କରୋନା ଟୀକା ନ ନେଲେ ସରକାରୀ କର୍ମଚାରୀ  ମାନଙ୍କର ଦରମା ବାତିଲ କରାଯିବ ବୋଲି ସରକାରଙ୍କ ଆଡୁ ନିର୍ଦେଶନାମା ଜାରି କରI ଯାଇଥିଲା I ଏହାର କିଛି ଦିନ ପୂର୍ବରୁ ସବଡେ଼ଗା ମୁଖ୍ୟ ଚିକିତ୍ସାଳୟ ର ସମସ୍ତ କରୋନା  ଯୋଦ୍ଧା କୁ ପ୍ରଥମ ପର୍ଯାୟରେ କରୋନା  ଟୀକା ପ୍ରଦାନ କରାଯାଇଥିଲା  l

Related Posts

About The Author

Add Comment