ସବଡେ଼ଗା ବିଦେଶୀ ମଦ କାଉଣ୍ଟର ପାଖରେ ଗଣ୍ଡଗୋଳରେ ଜଣେ ଯୁବକ ଆହତ

Spread the love

ସୁନ୍ଦରଗଡ଼ ତା:୮/୬/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ) ଆଜି ସବଡେଗା ହାଟ ସମ୍ମୁଖରେ ଥିବା ବିଦେଶୀ ମଦ ଦୋକାନରେ ଦର ବୃଦ୍ଧିକୁ କେନ୍ଦ୍ର କରି ଗଣ୍ଡଗୋଳ ଉପୁଜିଥିଲା । ଏଥିରେ ପୁପୁନ ପ୍ରଧାନ ନାମକ ଜଣେ ଯୁବକଙ୍କ ମୁଣ୍ଡରେ ଆଘାତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ତଲସରା ପୋଲିସ ପହଞ୍ଚି ଘଟଣାକୁ ଆୟତ କରି ଆହତ ବ୍ୟକ୍ତିଙ୍କୁ ସବଡେଗା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇଥିବା ଜଣାପଡିଛି । ପୋଲିସ ଆହତ ବ୍ୟକ୍ତିକୁ ଅଟକରଖି ପଚରାଉଚରା କରୁଥିବା ଜଣାପଡିଛି । ସୂଚନା ଅନୁସାରେ ଅପରାହ୍ନ ସମୟରେ ଏହି ବିଦେଶୀ ମଦ ଦୋକାନକୁ ଆହତ ଯୁବକ ପୁପୁନ ପ୍ରଧାନ ତାଙ୍କର କିଛି ସାଥୀଙ୍କ ସହ ମଦ କିଣିବାକୁ ଆସିଥିଲେ କିନ୍ତୁ ଦର ଦାମକୁ ନେଇ ଦୋକାନୀ କର୍ମଚାରୀ ଏବଂ ପୁପୁନ ତଥା ତାଙ୍କ ସାଥୀଙ୍କ ସହ କିଛି ଯୁକ୍ତି ତର୍କ ଶେଷରେ ମାରପିଟ ର ରୂପ ନେଇଥିଲା ବୋଲି ପ୍ରତ୍ୟକ୍ଷ ଦର୍ଶୀଙ୍କ ମତରେ ଜାଣିବାକୁ ମିଳିଥିଲା , ଘଟଣାର କିଛି ସମୟ ପରେ ଆହତଙ୍କ ଆଉ କିଛି ସହଯୋଗୀ ଆସି ଦୋକାନରେ ଭଙ୍ଗାରୁଜା କରିଥିବା ଜାଣିବାକୁ ମିଳିଥିଲା , ଆହତ ଜଣଙ୍କ କାରମଡ଼ିହି ର ବୋଲି ଜାଣିବାକୁ ମିଳିଛି I ସାପ୍ତାହିକ ହାଟ ପାଖରେ ଥିବା ଏହି ବିଦେଶୀ ମଦ ଦୋକାନ ଯୋଗୁଁ ଜନସାଧାରଣଙ୍କ ଉପରେ ଅନେକ କୁପ୍ରଭାବ ପଡୁଥିବା ଅଞ୍ଚଳବାସୀଙ୍କ ପ୍ରତିକ୍ରିୟାରୁ ଜଣାପଡିଛି । ଏଥି ପ୍ରତି ଯଥା ଶୀଘ୍ର ପ୍ରଶାସନ ଦୃଷ୍ଟିଦେବାକୁ ଜନସାଧାରଣ ଆଶାକରିଛନ୍ତି I

Related Posts

About The Author

Add Comment