ସବଡେଗାରେ ମହାଶିବରାତ୍ରି ପାଳନର ଶୁଭାରମ୍ଭ

Spread the love

ସୁନ୍ଦରଗଡ ତା:୨୫/୨/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ମହାଶିବରାତ୍ରି ଅବସରରେ ଆଜି ସବଡେଗା ମାନେଶ୍ୱର ଶିବ ମନ୍ଦିର କମିଟି ତରଫରୁ ତିନିଦିନ ଧରି ମହାଶିବ ରାତ୍ରି ପାଳନ ସହିତ ଅଷ୍ଟ ପ୍ରହର ନାମଯଜ୍ଞ ଶୁଭାରମ୍ଭ ହୋଇଯାଇଛି । ପ୍ରଥମ୍ ଦିନ ଅବସରରେ କଲସ ଯାତ୍ରା ହେବା ସହିତ ପ୍ରଭୁ ନାମ ନେଇ ନିଜକୁ ଧନ୍ୟ ମନେ କରୁଥିବା ଦେଖିବାକୁ ମିଳିଛି । ଏହି ଅଷ୍ଟପ୍ରହର ରେ ଅଞ୍ଚଳ ତଥା ବାହାରୁ ସାତୋଟି କୀର୍ତ୍ତନ ମଣ୍ଡଳୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଭୁ ଙ୍କ କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ଭକ୍ତ୍ତଙ୍କ ପାଇଁ କମିଟି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା ରହିଥିବା କମିଟି ପକ୍ଷରୁ ସୁଚନା ରହିଛି । ମାନେଶ୍ୱର ଶିବ ମନ୍ଦିର ପୂଜା କମିଟିର ସଭାପତି କୃଷ୍ଣଚନ୍ଦ୍ର ପଟେଲ , ଉପସଭାପତି ବିଶ୍ଵଜିତ ପଟେଲ ଓ ସମ୍ପାଦକ ରଘୁ ନାଏକ କମିଟିର ସମସ୍ତ ସଦସ୍ୟ ତଥା ଅଞ୍ଚଳ ବାସୀଙ୍କୁ ପ୍ରଭୁଙ୍କ ସେବାରେ ସମ୍ମଲିତ ହେବାକୁ ଅନୁରୋଧ କରିଥିଲେ ।

Related Posts

About The Author

Add Comment