ସୁନ୍ଦରଗଡ ତା:୬/୮/୨୦୨୫( ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ବର୍ଷ ବର୍ଷ ଧରି ସବଡେଗା ଲ୍ୟାମ୍ପସ ରେ ଚାଷ ସମୟରେ ଚାଷୀ ଅସୁବିଧା ଭୋଗୁଛନ୍ତି । ସୂଚନା ଅନୁସାରେ ସବଡେଗା ଲ୍ୟାମ୍ପସ ସାର ବଣ୍ଟନ କଥା କହିବା ହେଉ କି ଉଚିତ୍ ସମୟରେ ଆବଶ୍ୟକୀୟ ସାର ନ ମିଳିବା,ଧାନ କିଣା ପଞ୍ଜିକରଣରେ ରୀତିମତ ଭାବେ କତୃପକ୍ଷ ମନ ମୁତାବକ କାର୍ଯ୍ୟ କରି ନିଜ ସ୍ୱାର୍ଥ ସାଧିତ କରୁଥିବା ବାରମ୍ବାର ଅଭିଯୋଗ କରି ଆସୁଥିବା ଦେଖିବାକୁ ମିଳିଛି । କିରାଲଗା ଲ୍ୟାମ୍ପସ ପରିସରରେ ଚାଷୀଙ୍କ ସୁବିଧାକୁ ଦୃଷ୍ଟି ରେ ରଖି ଚାଷୀ ପଞ୍ଜିକରଣ ରେ ଉପଯୁକ୍ତ ପଦକ୍ଷେପ ନେଇ କାର୍ଯ୍ୟ କରୁଥିବା ଚାଷୀ ପକ୍ଷ ରୁ ସୂଚନା ମିଳିଛି । ଚାଷ ଜମି ଅନୁସାରେ ଉପଯୁକ୍ତ ଉତ୍ତରାଧିକାରୀ ବାହାରକରି ତାର ପରିମାଣ ଭାଗ କରି ଚାଷୀ ଙ୍କ ପଞ୍ଜୀକୃତ କାର୍ଯ୍ୟ ହେଉଥିବା କିରାଲଗା ଲ୍ୟାମ୍ପସ ଅଧିକାରୀ ସୂତ୍ରରୁ ଜଣାପଡିଛି । ମାତ୍ର ସବଡେଗା ରେ ତାର ବ୍ୟତିକ୍ରମ ଚିତ୍ର ଦେଖିବାକୁ ମିଳୁଥିବା ବେଳେ ସବଡେଗା ରେ ପରିବାର ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତା ସହିତ କାଡ଼ ଧାରି ଚାଷୀଙ୍କୁ ସାର ମିଲୁ ନ ଥିବା ବେଳେ ବିନା କାଡ଼ ଧାରୀଙ୍କୁ ଟଙ୍କା ନେଇ ସାର ଦେବା ଏକ ବଡ ପ୍ରଶ୍ନ ? ଚାଷ ସମୟରେ ଲ୍ୟାମ୍ପସ ରେ ସାର ମିଳୁ ନ ଥିବା ବେଳେ ସବଡେଗା ଅଞ୍ଚଳ ର କେତେକ ଦୋକାନରେ ଉଚ୍ଚା ଦରରେ ସାର ବିକ୍ରି ହେବା ପ୍ରଶାସନର ଅପାରଗତାକୁ ଦର୍ଶାଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବଢିବାରେ ଲାଗିଛି । ବିଭାଗୀୟ ଅଫିସରେ ସାର ନ ମିଳିବା କାରଣରୁ ଚାଷୀ ଉଚ୍ଚା ଦରରେ ସାର କିଣିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ଠିକ୍ ସମୟରେ ଠିକ୍ ସାର ନ ମିଳିବା କାରଣରୁ ଚାଷୀଙ୍କ ଚାଷ ଭୁଷୁଡିବା ର ଆଶଙ୍କା ଦେଖାଦେଉଥିବା ଚାଷୀଙ୍କ ପକ୍ଷରୁ ସୂଚନା ରହିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନର ଦୃଷ୍ଟି ଦେବାକୁ ଚାଷୀ ଦାବି କରୁଥିବା ଜଣାପଡିଛି ।
ସବଡେଗା ଲ୍ୟାମ୍ପସ ରେ ଚାଷୀ ହଟହଟା
|
August 6, 2025 |



