ସବଡେଗା ଲ୍ୟାମ୍ପସ ପରିସରରେ ସାର ପାଇଁ ଉତ୍ତେଜନା ତେଜିଲା।

Spread the love

ସୁନ୍ଦରଗଡ ତା:୮/୯/୨୦୨୫(ସନ୍ଧାନ ନ୍ୟୁଜ) ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବଡେଗା ଲ୍ୟାମ୍ପସ ପରିସରରେ ୟୁରିଆ ସାର କୁ ନେଇ ଜନ ଗହଳି ଦେଖିବାକୁ ମିଳିଛି । ନିୟମିତ ବ୍ୟବଧାନରେ ଚାଷୀଙ୍କୁ ସାର ମିଳିପାରି ନ ଥିବା ସହିତ ଚାଷ ସମୟରେ ଜରୁରୀ ସାର ନ ମିଳିବା ଚାଷୀ ଅଭିଯୋଗ କରି ଆସୁଛନ୍ତି । ସୂଚନା ଅନୁସାରେ ଚାଷୀ ଚାଷ ସମୟରେ ଜମି ପଞ୍ଜୀକୃତ କରୁ ନ ଥିବା କାରଣରୁ ଏହି ଅସୁବିଧା ହେଉଥିବା ଜଣାପଡିଛି ଭୁ ତା ସହିତ ଅନେକ ଚାଷୀ ନିଜ ଚାଷ ଜମି ଭାଗ ଚାଷ ପାଇଁ ଅନ୍ୟକୁ ଦେଇ ଦେଉଥିବା ବେଳେ ସବୁ ଚାଷ କାର୍ଯ୍ୟରେ ସାର ପଥଭ୍ରାନ୍ତ ହେଉଥିବା ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ବଢ଼ାଇବାରେ ଲାଗିଛି। ଠିକ୍ ସମୟରେ ପଞ୍ଜୀକୃତ କରି ଚାଷୀ ଉଚିତ୍ ସମୟରେ ସାର ନ ନେବା କାରଣରୁ ଏହି ଅସୁବିଧା ଉପୁଜୁଥିବା ବିଭାଗୀୟ କତୃପକ୍ଷ ସୂଚନା ଦେଇଥିବା ଜଣାପଡିଛି । ଆଜି ସବଡେଗା ଲ୍ୟାମ୍ପସ ପରିସରରେ ବିପୁଳ ସଂଖ୍ୟାରେ ଚାଷୀ ସାର ପାଇଁ ଜମା ହେବା ଫଳରେ ପରିସ୍ଥିତି ଅଣାୟତ ହୋଇଥିବା ଦେଖିବାକୁ ମିଳିଥିଲା । ସବଡେଗା ଲ୍ୟାମ୍ପସ ସଭାପତି ଶ୍ରୀଯୁକ୍ତ ଗୁଲସନ ବାରୁଆ ଚାଷୀଙ୍କୁ ବାଝସୁଝା କଳା ପରେ ସ୍ଥିତି ଅନୁକୁଲ ହୋଇଥିଲା । ବିନା ପଞ୍ଜୀକୃତ ଚାଷୀ ମଧ୍ୟ ଆସି ସାର ପାଇଁ ପଥଭ୍ରାନ୍ତ କରୁଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି। ସାର ସବଡେଗା ଅଞ୍ଚଳରେ ଅନେକ ସାର ବିକ୍ରୟ କେନ୍ଦ୍ରରେ ଉଚା ଦରରେ ମିଳୁଥିବା କାରଣରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି । ପଞ୍ଜୀକୃତ ଅନୁଯାୟୀ ସମସ୍ତ ଚାଷୀଙ୍କୁ ସାର ଦିଆଯିବ ବୋଲି ଲ୍ୟାମ୍ପସ କତ୍ରୁପକ୍ଷଙ୍କ ସୂତ୍ରରୁ ଜଣାପଡିଛି ।

Related Posts

About The Author

Add Comment