ସୁନ୍ଦରଗଡ ତା୧/୭/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ ) ସୁନ୍ଦରଗଡ ଜିଲ୍ଲା କରମଡିହି ରୁ ମୁଖ୍ୟ ରାସ୍ତା ରାଜ୍ୟ ରାଜପଥ ୨୪ ରେ ସବଡେଗା ସ୍ଥିତ ହନୁମାନ ମନ୍ଦିର ନିକଟରେ ଥିବା ତେନ୍ତୁଲି ଗଛ ଲଗାଣ ବର୍ଷାରେ ଆଜି ମାଟିତଳୁ ଉପୋଡ଼ି ବ୍ଲକ ଓ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଗଣେଷ ପ୍ରଧାନ ଅଗ୍ନିଶମ ବିଭାଗ କୁ ଅବଗତ କଲାପରେ ଅଗ୍ନିଶମ ବିଭାଗଅତିଶୀଘ୍ର ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଅନେକ ସମୟ ଧରି ଅକାଳ ପରିଶ୍ରମ ପରେ ରାସ୍ତାରେ ଯାନବାହାନ ଚଳାଚଳ ଅନୁକୁଲ ହୋଇଥିଲା । ସୂଚନା ଅନୁସାରେ ଅଞ୍ଚଳରେ କ୍ରମାଗତ ସପ୍ତାହେ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ଅଞ୍ଚଳର ଅନେକ ସ୍ଥାନର ମୁଖ୍ୟ ରାସ୍ତାରେ ଗଛ ଭାଙ୍ଗି ପଡିବା ଲାଗିରହିଛି । ଫଳରେ ରାଜରାସ୍ତା ଅବରୋଧ ହେବାଦ୍ବାରା ଯାନବାହାନ ଚଳାଚଳ ହେବାରେ ଅସୁବିଧା ହେବା ଦେଖିବାକୁ ମିଳିଛି ।
ସବଡେଗା ମୁଖ୍ୟ ରାସ୍ତା ହନୁମାନ ମନ୍ଦିର ନିକଟରେ ତେନ୍ତୁଳି ଗଛ ଭାଙ୍ଗି ରାସ୍ତା ଅବରୋଧ
|
July 1, 2025 |



